News Room Odisha
BREAKING
Odia

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ପୁରସ୍କାର

ବ୍ରହ୍ମପୁର – ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ କରି କର୍କଟ ହସପିଟାଲ ବର୍ଗରେ ପ୍ରତିଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ମୁରଲୀକ୍ରିଷ୍ଣା ଭୋନ୍ନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ ଲୋକସଭା ଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ବିଶାଖାପାଟଣା କୁ ଏହି ସମ୍ମାନ ପ୍ରଦାନ କରାଯାଇଛି [...]

Admin•February 14, 2024
Share Article:
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ପୁରସ୍କାର

ବ୍ରହ୍ମପୁର – ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ କରି କର୍କଟ ହସପିଟାଲ ବର୍ଗରେ ପ୍ରତିଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ମୁରଲୀକ୍ରିଷ୍ଣା ଭୋନ୍ନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ ଲୋକସଭା ଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ବିଶାଖାପାଟଣା କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ କର୍କଟ ହସ୍ପିଟାଲ ବର୍ଗରେ ଏହି ପୁରସ୍କାର ପ୍ରଦାନ କରିବା ପରେ ପ୍ରତିଷ୍ଠାନ ଉତ୍ସାହିତ ହୋଇପଡିଛି । ଏହାକୁ ନେଇ ଆଗାମୀ ଦିନରେ ଆହୁରି ଅଧିକ ସେବା ଯୋଗାଇ ଦିଆଯିବାକୁ ପ୍ରତିଷ୍ଠାନର ସମସ୍ତ କର୍ମକର୍ତ୍ତା ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି ‌।

ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିଏସକେୱାଇ ଯୋଜନା ଅଧୀନରେ କ୍ୟାନସର ହସ୍ପିଟାଲ ବର୍ଗରେ ଶ୍ରେଷ୍ଠ କର୍କଟ ଡାକ୍ତରଖାନା ଭାବରେ ସ୍ୱୀକୃତି ଦେଇଥିବା ଏହି ପୁରସ୍କାର କର୍କଟ ରୋଗୀଙ୍କ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧତାକୁ ହୋଇ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ଏହି ସଫଳତା ଏବଂ ସ୍ୱାସ୍ଥ୍ୟସେବାରେ ଉତ୍କର୍ଷତା ପ୍ରତି ଅତୁଟ ସମର୍ପଣକୁ ପାଳନ କରିବାରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସିଇଓ ମାନିମାଥୁ, ରିଜିଓନାଲ ମ୍ୟାନେଜର ଏ.ପ୍ରତାପ କୁମାର ,ଡାକ୍ତର କେ.ସି.ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

#Odia#Odisha#News
Share Article:

Related Articles