ବୋଲରଙ୍କ ଚମକ ପରେ ଯଶସ୍ବୀଙ୍କ ଶତକ, ଭାରତ ନିୟନ୍ତ୍ରଣରେ ରାଜକୋଟ୍ ଟେଷ୍ଟ
ରାଜକୋଟ୍: ବୋଲରଙ୍କ ଶାଣିତ ପ୍ରଦର୍ଶନ ପରେ ଯଶସ୍ବୀ ଜୈସୱାଲଙ୍କ ଚମତ୍କାର ଶତକ ସହାୟତାରେ ଭାରତ ତୃତୀୟ ଟେଷ୍ଟରେ ନିଜ ସ୍ଥିତି ମଜଭୁତ କରିନେଇଛି । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୨ ୱିକେଟ୍ ହରାଇ ୧୯୬ ରନ୍ କରିଛି। ହାତରେ ଆହୁରି ୮ ଓ୍ବିକେଟ୍ ଥିବା ବେଳେ ଭାରତ ଏଯାବତ୍ ମୋଟ ୩୨୨ ରନରେ ଆଗୁଆ ରହି ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି । ଭାରତ ଦ୍ବିତୀୟ ଇନିଂସରେ ଅଧିନାୟକ ରୋହିତ ଶର୍ମାଙ୍କ ଓ୍ବିକେଟ୍ [...]
ରାଜକୋଟ୍: ବୋଲରଙ୍କ ଶାଣିତ ପ୍ରଦର୍ଶନ ପରେ ଯଶସ୍ବୀ ଜୈସୱାଲଙ୍କ ଚମତ୍କାର ଶତକ ସହାୟତାରେ ଭାରତ ତୃତୀୟ ଟେଷ୍ଟରେ ନିଜ ସ୍ଥିତି ମଜଭୁତ କରିନେଇଛି । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୨ ୱିକେଟ୍ ହରାଇ ୧୯୬ ରନ୍ କରିଛି। ହାତରେ ଆହୁରି ୮ ଓ୍ବିକେଟ୍ ଥିବା ବେଳେ ଭାରତ ଏଯାବତ୍ ମୋଟ ୩୨୨ ରନରେ ଆଗୁଆ ରହି ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି ।
ଭାରତ ଦ୍ବିତୀୟ ଇନିଂସରେ ଅଧିନାୟକ ରୋହିତ ଶର୍ମାଙ୍କ ଓ୍ବିକେଟ୍ ଶୀଘ୍ର ହରାଇଥିଲା। ହେଲେ ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଓ ଗିଲ୍ ପାଳି ସମ୍ଭାଳିଥିଲେ। ଯଶସ୍ବୀ ଏକ ଆକର୍ଷଣୀୟ ଶତକ ହାସଲ କରିଥିଲେ। ସେ ୯ଟି ଚୌକା ଓ ୫ଟି ଛକା ସହ ୧୦୪ ରନ୍ କରିବା ପରେ ରିଟାୟର ହର୍ଟ ହୋଇ କ୍ରିଜ୍ ଛାଡିଥିଲେ । ଯଶସ୍ବୀଙ୍କ ଏହା ତୃତୀୟ ଟେଷ୍ଟ ଶତକ ଓ ଚଳିତ ସିରିଜରେ ଦ୍ବିତୀୟ। ବିଶାଖାପଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ଏକ ଦ୍ୱିଶତକ ହାସଲ କରିଥିଲେ। ରିଟାୟର ହର୍ଟ ହେବା ଆଗରୁ ଗିଲଙ୍କ ସହ ଯଶସ୍ବୀ ୧୫୫ ରନ୍ ଭାଗିଦାରୀ କରିଥିଲେ।
ପ୍ରଥମ ଇନିଂସରେ ଖାତା ଖୋଲିପାରି ନଥିବା ଗିଲ୍ ମଧ୍ୟ ଏକ ଦାୟିତ୍ବପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ଷ୍ଟମ୍ପ ଅପସାରଣ ବେଳକୁ ସେ ୬୫ ରନ୍ ଅପରାଜିତ ରହିଥିବା ବେଳେ ତାଙ୍କ ସହ ନାଇଟ୍ ଓ୍ବାଚମ୍ୟାନ୍ କୁଲଦୀପ ଯାଦବ ୩ ରନ୍ କରି ବ୍ୟାଟିଂ କରୁଛନ୍ତି। ଯଶସ୍ବୀ ରିଟାୟର ହର୍ଟ ହୋଇ ଫେରିବା ପରେ କ୍ରିଜକୁ ଓହ୍ଲାଇଥିବା ରଜତ ପାଟିଦାର ପୁଣି ନିରାଶ କରିଥିଲେ । ସେ ଖାତା ଖୋଲିନପାରି ଆଉଟ୍ ହୋଇଥିଲେ । ଇଂଲଣ୍ଡ ତରଫରୁ ଟମ୍ ହାର୍ଟଲି ଏବଂ ଜୋ ରୁଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
ପୂର୍ବରୁ ଭାରତୀୟ ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ ସହ ଇଂଲଣ୍ଡର ପ୍ରଥମ ଇନିଂସକୁ ୩୧୯ ରନରେ ଶେଷ କରିଥିଲେ । ଫଳରେ ଭାରତ ୧୨୬ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଇଂଲଣ୍ଡ ତୃତୀୟ ଦିନରେ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୨୦୨/୨ରୁ ଖେଳ ଆରମ୍ଭ କରିଥିଲା। ଲାଗୁଥିଲା ଦଳ ଭାରତର ପ୍ରଥମ ଇନିଂସ୍ ସ୍କୋର୍ (୪୪୫)କୁ ଟପି ଯିବ । ହେଲେ ଷ୍ଟାର ସ୍ପିନର ଅଶ୍ବିନଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରି ଇଂଲଣ୍ଡ ବ୍ୟାଟିଂ ଲାଇନ୍ ଅପକୁ ଧରାଶାୟୀ କରିଥିଲେ । ଇଂଲଣ୍ଡ ପକ୍ଷରୁ ବେନ୍ ଡକେଟ୍ ୧୫୩ ରନର ଇନିଂସ୍ ଖେଳିଥିବା ବେଳେ ଅଧିନାୟକ ବେନ୍ ଷ୍ଟୋକ୍ସ ୪୧ ରନ୍ କରିଥିଲେ । ଭାରତ ତରଫରୁ ମହମ୍ମଦ ସିରାଜ ୪ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଓ ଜାଡେଜା ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ ମା’ଙ୍କ ଅସୁସ୍ଥତା ଯୋଗୁଁ ଅଫ୍ ସ୍ପିନର ଅଶ୍ବିନ ରାଜକୋଟ ଟେଷ୍ଟରୁ ଓହରି ଶୁକ୍ରବାର ରାତିରେ ଚେନ୍ନାଇ ଫେରିଥିଲେ । ସେ ଏହି ଟେଷ୍ଟର ଦ୍ବିତୀୟ ଦିନରେ ଇଂଲଣ୍ଡ ଓପନର ଜାକ୍ କ୍ରଲିଙ୍କୁ ଆଉଟ୍ କରି କ୍ୟାରିୟରର ୫୦୦ ଓ୍ବିକେଟ୍ ହାସଲ କରିଥିଲେ ।
Be Absolutely Impartial, Transparent and Accessible to All Parties Equally: ECI to Collectors, SPs
Next ArticleOdisha: Salary of School Pachikas Hiked to Rs 2,000
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
