ଭାରତ ବର୍ଷରେ ଏକମାତ୍ର ଦ୍ରୋଣଚର୍ଯ୍ୟ ମୂର୍ତ୍ତି ପୂଜା ପାଆନ୍ତି ଓଡ଼ିଶାର ଜୟପୁର ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ
ଓଡ଼ିଶାର ପୁରାତନ ସହର ଜୟପୁରରେ ରହିଛି ବହୁ ପୁରାତନ ମନ୍ଦିର। ସେଥିମଧ୍ୟରୁ ସହରର ପୁରୁଣାଗଡ଼ ଠାରେ ଅବସ୍ଥିତ ପ୍ରାଚୀନ ନୀଳକଣ୍ଠେଶ୍ୱର ମନ୍ଦିର ଅନ୍ୟତମ। କୁହାଯାଏ ଯେ ପଞ୍ଚଦଶ ଶତାବ୍ଦୀରେ ଏହି ସହର ସୂର୍ଯ୍ୟବଂଶୀ ରାଜାଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।ଏହି ମନ୍ଦିର ପ୍ରାୟ ଛଅଶହ ବର୍ଷର ପୁରୁଣା । ମନ୍ଦିର ଓ ଦେବଦେବୀ: ମନ୍ଦିର ବେଢାରେ ବହୁ ପ୍ରାଚୀନ ମୂର୍ତ୍ତି ଶୋଭାପାଉଛି । ମନ୍ଦିରକୁ ପ୍ରବେଶ କରିବା ସମୟରେ ଭକ୍ତମାନେ ପ୍ରଥମେ ଡାହାଣ ଓ ବାମ ପାର୍ଶ୍ୱରେ ଥିବା [...]
ଓଡ଼ିଶାର ପୁରାତନ ସହର ଜୟପୁରରେ ରହିଛି ବହୁ ପୁରାତନ ମନ୍ଦିର। ସେଥିମଧ୍ୟରୁ ସହରର ପୁରୁଣାଗଡ଼ ଠାରେ ଅବସ୍ଥିତ ପ୍ରାଚୀନ ନୀଳକଣ୍ଠେଶ୍ୱର ମନ୍ଦିର ଅନ୍ୟତମ। କୁହାଯାଏ ଯେ ପଞ୍ଚଦଶ ଶତାବ୍ଦୀରେ ଏହି ସହର ସୂର୍ଯ୍ୟବଂଶୀ ରାଜାଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।ଏହି ମନ୍ଦିର ପ୍ରାୟ ଛଅଶହ ବର୍ଷର ପୁରୁଣା ।
ମନ୍ଦିର ଓ ଦେବଦେବୀ: ମନ୍ଦିର ବେଢାରେ ବହୁ ପ୍ରାଚୀନ ମୂର୍ତ୍ତି ଶୋଭାପାଉଛି । ମନ୍ଦିରକୁ ପ୍ରବେଶ କରିବା ସମୟରେ ଭକ୍ତମାନେ ପ୍ରଥମେ ଡାହାଣ ଓ ବାମ ପାର୍ଶ୍ୱରେ ଥିବା ଦୁଇଟି ଛୋଟ ବେଢା ମନ୍ଦିର ଦର୍ଶନ କରିଥାନ୍ତି। ନୀଳକଣ୍ଠେଶ୍ୱର ମନ୍ଦିର ବେଢାରେ ଗୋଟିଏ ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ବିଗ୍ରହ ବିରାଜ ମାନ , କିନ୍ତୁ ଏହା ଶୈବ କିମ୍ବା ଶାକ୍ତ ଧର୍ମର କୌଣସି ପ୍ରତୀକ ଭଳି ମନେହୁଏନାହିଁ । ଗବେଷକମାନେ ଏହି ମୂର୍ତ୍ତିଟିକୁ କୌରବ ଓ ପାଣ୍ଡବଙ୍କ ଅସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟ ଙ୍କର ବୋଲି ପ୍ରମାଣିତ କରିଛନ୍ତି ।
ମୂର୍ତ୍ତିଟିର ମୁହଁ କାକପକ୍ଷୀ ପରି । ଯୁଦ୍ଧକ୍ଷେତ୍ରରେ ଉଭାହେଉଥିବା ବୀର ପାଇକ ଯୋଦ୍ଧାର ରୂପ ସହିତ ମୂର୍ତ୍ତିଟିର ବେଶଭୂଷାର ସାଦୃଶ୍ୟ ରହିଛି । ମୁଣ୍ଡରେ ଶିରଣାସ୍ତ୍ର , ଗୋଡରେ ବଳା , କଟିରେ ଜଙ୍ଘିଆ , ଛାତିରେ ଯଜ୍ଞୋପବୀତ , ହାତରେ କଙ୍କଣ ଏବଂ କାନରେ କୁଣ୍ଡଳ ଶୋଭାପାଉଛି । ଗଳାରୁ ଆଣ୍ଠୁଯାଏ ଖୋଦନ କରାଯାଇଛି ଏକ ସୁନ୍ଦର ପୁଷ୍ପମାଳା । ମୂର୍ତ୍ତିରେ ଦ୍ରୋଣ ବାମ ହାତରେ ଏକ ଧନୁ ଧରିଛନ୍ତି , ଡାହାଣ ହାତରେ ଗୋଟିଏ ଶରକୁ ସେହି ଧନୁରେ ଯୋଖି କାନ ପର୍ଯ୍ୟନ୍ତ ଟାଣି ଡାହାଣ ପାଦ ପଛକୁ ଓ ବାମପାଦ ଆଗକୁ ମାଡି ରହିଛନ୍ତି । କାନ୍ଧରେ ରହିଛି ତୂଣୀର ଏବଂ ଅଣ୍ଟାରେ ଗଦା । ସତେ ଯେପରି ସେ ଯୁଦ୍ଧକ୍ଷେତ୍ରକୁ ଅଗ୍ରସର ହେବାପରି ଲାଗେ ।
ଦ୍ରୋଣଙ୍କ ଜନ୍ମ ସମ୍ପର୍କରେ ବର୍ଣ୍ଣନା ଅଛି ଯେ ମୁନି ଭରଦ୍ୱାଜଙ୍କ ପତ୍ନୀ ଶ୍ରୀୟା ସରସ୍ୱତୀ ଦୀର୍ଘ ବର୍ଷର ବିବାହ ପରେ ମଧ୍ୟ ପୁତ୍ର ସନ୍ତାନଟିଏ ଲାଭକରିପାରି ନଥିଲେ । ଏଣୁ ଶ୍ରୀୟା ପ୍ରୟାଗ ଯାଇ ବାଞ୍ଛାବଟ ନିକଟରେ ଦ୍ରୋଣପକ୍ଷୀକୁ ଧ୍ୟାନକରି ତପସ୍ୟାରେ ବସିଥିଲେ । ଧର୍ମପକ୍ଷୀ ଦର୍ଶନଦେଇ ନିଜର ଦକ୍ଷିଣ ପକ୍ଷରୁ ଗୋଟିଏ ଡିମ୍ବ ତାଙ୍କୁ ଦେଇ ଏହାର ଯତ୍ନ ନେବାକୁ ନିର୍ଦ୍ଦେଶ ଦେଲେ । ଆଉମଧ୍ୟ କହିଲେ ଡିମ୍ବରୁ ଯେଉଁ ପୁତ୍ର ସନ୍ତାନ ଜନ୍ମ ହେବ ସେ ମହା ବଳବାନ ଓ ଭାଗ୍ୟବାନ ହେବ । ଦ୍ରୋଣ ଜାତିରେ ଥିଲେ ବ୍ରାହ୍ମଣ କିନ୍ତୁ କ୍ଷେତ୍ରିୟ ବୃତ୍ତିକୁ ଆପଣେଇ ଥିଲେ । ସେ ଭାରତବର୍ଷର ଜଣେ ପ୍ରବୀଣ ଧନୁର୍ଦ୍ଧର ଓ ଯୋଦ୍ଧା । ଏହି ଦ୍ରୋଣ ମୂର୍ତ୍ତିର ନିର୍ମାଣ ସମୟ ଏବଂ ନିର୍ମାଣର ପ୍ରାସଙ୍ଗିକତା ଏପର୍ଯ୍ୟନ୍ତ କାହାକୁ ଜଣାନାହିଁ ।
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
Next Articleଭୁବନେଶ୍ୱର,କଟକ ସମେତ ଉପକୂଳ ଓଡିଶାରେ ଘନ କୁହୁଡି, ଯାତାୟତ ବାଧାପ୍ରାପ୍ତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
