News Room Odisha
BREAKING
Odia

ମାଆ ପୁଅର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ଚୁଡିଆଲାଞ୍ଜି ଗ୍ରାମରେ ମାଆ ଓ ନାବାଳକ ପୁଅର ମୃତଦେହ ଘର ଭିତରେ ଆଜି ସକାଳେ ଉଦ୍ଧାର କରିଛି ପୋଲିସ। ଚଟାଣରେ ଗୋଟିଏ ଶେଜରେ ଦୁହେଁ ଶୋଇଥିବା ଅବସ୍ଥାରେ ରହିଥିଲେ। ମୃତକ ହେଉଛନ୍ତି ଡି. ମୋହନ ରାଓଙ୍କ ସ୍ତ୍ରୀ ଡି. ନିଲାବେଣୀ ଏବଂ ତାଙ୍କ ବଡ଼ ପୁଅ ଡି. ରିତ୍ବିକ୍। ନିଲାବେଣୀଙ୍କ ବେକରେ ଦାଗ ଚିହ୍ନ ରହିଥିବାରୁ ମୃତ୍ୟୁ ନେଇ ସନ୍ଦେହ ଉପୁଜିଛି। ସକାଳେ ବହୁ ବିଳମ୍ବ ସତ୍ତ୍ବେ ମାଆ [...]

Admin•February 19, 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ଚୁଡିଆଲାଞ୍ଜି ଗ୍ରାମରେ ମାଆ ଓ ନାବାଳକ ପୁଅର ମୃତଦେହ ଘର ଭିତରେ ଆଜି ସକାଳେ ଉଦ୍ଧାର କରିଛି ପୋଲିସ। ଚଟାଣରେ ଗୋଟିଏ ଶେଜରେ ଦୁହେଁ ଶୋଇଥିବା ଅବସ୍ଥାରେ ରହିଥିଲେ। ମୃତକ ହେଉଛନ୍ତି ଡି. ମୋହନ ରାଓଙ୍କ ସ୍ତ୍ରୀ ଡି. ନିଲାବେଣୀ ଏବଂ ତାଙ୍କ ବଡ଼ ପୁଅ ଡି. ରିତ୍ବିକ୍। ନିଲାବେଣୀଙ୍କ ବେକରେ ଦାଗ ଚିହ୍ନ ରହିଥିବାରୁ ମୃତ୍ୟୁ ନେଇ ସନ୍ଦେହ ଉପୁଜିଛି। ସକାଳେ ବହୁ ବିଳମ୍ବ ସତ୍ତ୍ବେ ମାଆ କିମ୍ବା ପୁଅ ଘରୁ ନ ବାହାରିବାରୁ ସନ୍ଦେହ କରି ପଡୋଶୀ ଘରର ଲୋକ ଓ କିଛି ସମ୍ପର୍କୀୟ କବାଟ ଖୋଲିବା ପରେ ଉଭୟଙ୍କୁ ମୃତ ଅବସ୍ଥାରେ ଦେଖି ଜରଡ଼ା ଥାନାକୁ ଖବର ଦେଇଥିଲେ।

ମୃତ ମହିଳାଙ୍କ ପତି ଦୁବାଇରେ କାମ କରୁଥିବା ବେଳେ ସାନପୁଅ ଆନ୍ଧ୍ରପ୍ରଦେଶର ଏକ ଆବାସିକ ସ୍କୁଲରେ ପଢୁଛି। ବଡ଼ ପୁଅ ଓ ମାଆ ଏକାଠି ଗାଁରେ ରହୁଥିଲେ। ଜରଡା ଥାନା ଅଧିକାରୀ ଟୁନା ସାସମଲ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି। ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।

#Odia#Odisha#News
Share Article:

Related Articles