News Room Odisha
BREAKING
Odia

ଭୁବନେଶ୍ୱରେ ଦୁଇଦିନିଆ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ ଆରମ୍ଭ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱଠାରେ ଆରମ୍ଭ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ଏଥିରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ବ, ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ରର ବିଶେଷଜ୍ଞଙ୍କ ସହ ନୀତି ନିର୍ଦ୍ଧାରକ ଓ ଓଡ଼ିଶା ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ଶିକ୍ଷାବିତ୍, ବରିଷ୍ଠ ଅଧିକାରୀ ଓ ପ୍ରଶିକ୍ଷକମାନେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। [...]

Admin•February 19, 2024
Share Article:

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱଠାରେ ଆରମ୍ଭ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ଏଥିରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ବ, ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ରର ବିଶେଷଜ୍ଞଙ୍କ ସହ ନୀତି ନିର୍ଦ୍ଧାରକ ଓ ଓଡ଼ିଶା ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ଶିକ୍ଷାବିତ୍, ବରିଷ୍ଠ ଅଧିକାରୀ ଓ ପ୍ରଶିକ୍ଷକମାନେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। ଏଥିରେ ଓଡ଼ିଶାରେ ଅଭିବୃଦ୍ଧିକୁ ଆହୁରି ଆଗକୁ ନେବା ସହ ଭବିଷ୍ୟତ ଲାଗି ରାଜ୍ୟରେ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସମ୍ଭାବନା ଉପରେ ବିଭିନ୍ନ ଅଧିବେଶନରେ ଆଲୋଚନା କରାଯାଉଛି।
ଉଦଘାଟନୀ ଅଧିବେଶନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ରେଘୁ ଜି ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିଥିଲେ।

ପ୍ରଥମ ଅଧିବେଶନରେ ‘ଷ୍ଟ୍ରାଟେଜି ଆଣ୍ଡ ଆକ୍ସନ ପ୍ଲାନ୍ ଫର୍ ଡିଜିଟାଲ ସ୍କିଲିଂ’ ବିଷୟରେ ଏକ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଯୋଗଦେବେ।

#Odia#Odisha#News
Share Article:

Related Articles