News Room Odisha
BREAKING
Odia

ଓଡ଼ିଶା ପୋଲିସ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କଲେ ଡିଜିପି

ଭୁବନେଶ୍ୱର – ଜାମ୍ମୁରେ ଅନୁଷ୍ଠିତ ୭୨ତମ ଅଖିଳ ଭାରତ ପୋଲିସ ହକି ପ୍ରତିଯୋଗିତାରେ ଓଡିଶା ପୋଲିସର ମହିଳା ଦଳ ଅଂଶ ଗ୍ରହଣ କରି ବ୍ରୋଞ୍ଜ ପଦକ ହାସଲ କରିଛି । ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ବ୍ରୋଞ୍ଜ ବିଜୟୀ ଓଡ଼ିଶା ପୋଲିସ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ। ଖେଳୁଆଡ ମନୋଭାବ ବଜାୟ ରଖି ଆଗକୁ ମଧ୍ୟ ଗୌରବ ଆଣିବାକୁ ଡିଜିପି ଖେଳାଳିମାନଙ୍କୁ ଆହ୍ବାନ ଦେଇଛନ୍ତି। ଡିଜିପିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବାରୁ ଖେଳାଳିମାନେ ଖୁସି [...]

Admin•February 19, 2024
Share Article:

ଭୁବନେଶ୍ୱର – ଜାମ୍ମୁରେ ଅନୁଷ୍ଠିତ ୭୨ତମ ଅଖିଳ ଭାରତ ପୋଲିସ ହକି ପ୍ରତିଯୋଗିତାରେ ଓଡିଶା ପୋଲିସର ମହିଳା ଦଳ ଅଂଶ ଗ୍ରହଣ କରି ବ୍ରୋଞ୍ଜ ପଦକ ହାସଲ କରିଛି । ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ବ୍ରୋଞ୍ଜ ବିଜୟୀ ଓଡ଼ିଶା ପୋଲିସ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ। ଖେଳୁଆଡ ମନୋଭାବ ବଜାୟ ରଖି ଆଗକୁ ମଧ୍ୟ ଗୌରବ ଆଣିବାକୁ ଡିଜିପି ଖେଳାଳିମାନଙ୍କୁ ଆହ୍ବାନ ଦେଇଛନ୍ତି। ଡିଜିପିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବାରୁ ଖେଳାଳିମାନେ ଖୁସି ଜାହିର କରିଛନ୍ତି ।

#Odia#Odisha#News
Share Article:

Related Articles