News Room Odisha
BREAKING
Odia

ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଲାଉଡିଗାଁ ଠାରେ ଥିବା ବ୍ରହ୍ମପୁର ଆଇଜର୍ (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍‌ ରିସର୍ଚ୍ଚ) ସ୍ଥାୟୀ କ୍ୟାମ୍ପସ୍ ଆଜି ଲୋକାର୍ପିତ କରାଯାଇଛି। ୫୦୦ ଏକର ବିସ୍ତୃତ ଅଞ୍ଚଳରେ ୧୨୩୦ କୋଟି ଟଙ୍କାରେ ଏହି ପରିସର ନିର୍ମାଣ କରାଯାଇଛି। ୨୦୧୯ ସେପ୍ଟେମ୍ବର ୫ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏ ମଧ୍ୟରେ ଏକାଡେମିକ୍ କୋଠା, ହଷ୍ଟେଲ୍, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ, କ୍ୟାଣ୍ଟିନ୍, ଡାଇନିଂ ହଲ୍ [...]

Admin•February 20, 2024
Share Article:
ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଲାଉଡିଗାଁ ଠାରେ ଥିବା ବ୍ରହ୍ମପୁର ଆଇଜର୍ (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍‌ ରିସର୍ଚ୍ଚ) ସ୍ଥାୟୀ କ୍ୟାମ୍ପସ୍ ଆଜି ଲୋକାର୍ପିତ କରାଯାଇଛି। ୫୦୦ ଏକର ବିସ୍ତୃତ ଅଞ୍ଚଳରେ ୧୨୩୦ କୋଟି ଟଙ୍କାରେ ଏହି ପରିସର ନିର୍ମାଣ କରାଯାଇଛି। ୨୦୧୯ ସେପ୍ଟେମ୍ବର ୫ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏ ମଧ୍ୟରେ ଏକାଡେମିକ୍ କୋଠା, ହଷ୍ଟେଲ୍, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ, କ୍ୟାଣ୍ଟିନ୍, ଡାଇନିଂ ହଲ୍ ଆଦି ନିର୍ମାଣ ସରିଛି। ଆନୁସଙ୍ଗିକ ବ୍ୟବସ୍ଥା ସ୍ବରୂପ କମ୍ୟୁନିଟି ହଲ୍, ସ୍ବାସ୍ଥ୍ୟ କେନ୍ଦ୍ର, ଟେନିସ୍ କୋର୍ଟ, ବାସ୍କେଟବଲ କୋର୍ଟ, ଭଲିବଲ୍ କୋର୍ଟ, କ୍ରିକେଟ୍ ପଡ଼ିଆ, ଏକ ଓପନ୍ ଷ୍ଟାଡିୟମ୍ ଆଦି ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ୍ ମାଧ୍ୟମରେ ଏହି କ୍ୟାମ୍ପସ୍ ଲୋକାର୍ପଣ କରିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଲାଉଡିଗାଁ କ୍ୟାମ୍ପସରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ଥିଲେ। ୨୦୧୬-୧୭ ଶିକ୍ଷା ବର୍ଷରୁ ବ୍ରହ୍ମପୁର ଆଇଜର୍ ବ୍ରହ୍ମପୁର ଆଇଟିଆଇ କୋଠାରେ ଅସ୍ଥାୟୀ ଭାବେ ପାଠପଢ଼ା ଆରମ୍ଭ କରିଥିଲା।

#Odia#Odisha#News
Share Article:

Related Articles