News Room Odisha
BREAKING
Odia

ରାଜ୍ୟସ୍ତରୀୟ ଜଳ ଗୁଣବତ୍ତା ନିଶ୍ଚିତକରଣ କକ୍ଷ ଉଦଘାଟିତ

ଭୁବନେଶ୍ୱର – ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ରାଜ୍ୟସ୍ତରୀୟ ଜଳ ଗୁଣବତ୍ତା ନିଶ୍ଚିତକରଣ ସେଲ୍ ଉଦଘାଟନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନ୍ ଏହି ସେଲର ଉଦଘାଟନ କରିଛନ୍ତି l ଏହା ଉନ୍ନତ ଜଳ ଗୁଣବତ୍ତା ମନିଟରିଂ ଏବଂ ନୀରିକ୍ଷଣକୁ ସୁଗମ କରିବ । ଏହାସହ ରାଜ୍ୟର ସବୁ ସହରରେ ଜଳଉତ୍ସଠୁ ଗ୍ରାହକଙ୍କ ଘର ପର୍ଯ୍ୟନ୍ତ ବିଶୁଦ୍ଧ [...]

Admin•February 20, 2024
Share Article:

ଭୁବନେଶ୍ୱର – ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ରାଜ୍ୟସ୍ତରୀୟ ଜଳ ଗୁଣବତ୍ତା ନିଶ୍ଚିତକରଣ ସେଲ୍ ଉଦଘାଟନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନ୍ ଏହି ସେଲର ଉଦଘାଟନ କରିଛନ୍ତି l ଏହା ଉନ୍ନତ ଜଳ ଗୁଣବତ୍ତା ମନିଟରିଂ ଏବଂ ନୀରିକ୍ଷଣକୁ ସୁଗମ କରିବ । ଏହାସହ ରାଜ୍ୟର ସବୁ ସହରରେ ଜଳଉତ୍ସଠୁ ଗ୍ରାହକଙ୍କ ଘର ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ।

ଇଂ ଶିଶିର କୁମାର ରଥ (ଅବସରପ୍ରାପ୍ତ ଆଇଏଫଏସ୍) ତଥା ଓଡିଶାର ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସେଲର ନେତୃତ୍ୱ ନେବାକୁ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ଆବଶ୍ୟକ ଅନୁଯାୟୀ ଜଳ ଗୁଣବତ୍ତା ସୁନିଶ୍ଚିତ ସେଲ୍ କୁ ବୈଷୟିକ ପରାମର୍ଶ ଯୋଗାଇବା ପାଇଁ ଆଇଆଇଟି ମାଡ୍ରାସ ସହିତ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି।

ସେଲ୍ ଉଦଘାଟନୀ ସମାରୋହ ସମାବେଶକୁ ସମ୍ବୋଧିତ କରି ଅତିରିକ୍ତ ମୁଖ୍ୟ ଶାସନ ମାଥୀଭାଥାନନ୍ କହିଛନ୍ତି ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ମିଶନରେ ସଫଳତାର ସହିତ ୨୪ ଘଣ୍ଟିଆ ସହରାଞ୍ଚଳ ପାନୀୟ ଜଳ ଯୋଗାଣରେ ଓଡିଶା ସାରା ପୃଥିବୀରେ ଏକ ଜୀବନ୍ତ ଉଦାହରଣ ପାଲଟିଛି। ସହରର ପ୍ରତ୍ୟେକ ପରିବାରକୁ ନିରନ୍ତର ନିରାପଦ ଜଳ ଯୋଗାଣ ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ଓ ଗ୍ରାହକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ନିମନ୍ତେ ପାଣିର ଗୁଣବତ୍ତା ସୁନିଶ୍ଚିତ କରିବା ସର୍ବଦା ଏକ ପ୍ରମୁଖ ଉପାଦାନ ବୋଲି ସେ କହିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୱାଟକୋ ଓ ପିଏଚ୍ଇଓଠାରୁ ସ୍ୱାଧୀନ ଭାବେ ଜଳ ଗୁଣବତ୍ତା ମନିଟରିଂ କାର୍ଯ୍ୟର ନିୟମିତ ତଦାରଖ ପାଇଁ ଏକ ବିଶେଷ ଜଳ ଗୁଣବତ୍ତା ନିଶ୍ଚିତକରଣ ସେଲ୍ ସ୍ଥାପନ କରି ଆଜି ଆମେ ଗୋଟିଏ ପାଦ ଆଗରେ ଅଛୁ।

ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ରାଜ୍ୟ ସ୍ତରୀୟ ଜଳ ପରୀକ୍ଷାଗାର ସହିତ ଆଠଟି ଆଞ୍ଚଳିକ ଜଳ ପରୀକ୍ଷାଗାର, ଡ୍ରିଙ୍କ ଫ୍ରମ ଟ୍ୟାପ୍ ସହର ଗୁଡିକରେ ଜଳର ଗୁଣବତ୍ତା ପରୀକ୍ଷଣ ପାଇଁ ‘ଲ୍ୟାବ୍ ଅନ୍ ହ୍ୱିଲ୍’ ରହିଛି। ଏହାସହ ଗୋଷ୍ଠୀ ସହିଭାଗିତାରେ ୱାଟକୋ ଓ ପିଏଚ୍ଇଓରେ କାର୍ଯ୍ୟରତ ଜଳସାଥି ସମସ୍ତ ସହରରେ ଗ୍ରାହକଙ୍କ ଟ୍ୟାପରୁ ଜଳ ପରୀକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ନିୟମିତ ଭାବରେ ୱାଟକୋ ଏବଂ ପିଏଚଇଓର ଜଳର ଗୁଣବତ୍ତା ମନିଟରିଂ କରିବା ସହ ଏହି କାର୍ଯ୍ୟକୁ ବ୍ୟାପକ ଭାବରେ ସମୀକ୍ଷା ଏବଂ ତଦାରଖ କରିବା, ଜଳ ଗୁଣବତ୍ତା ମନିଟରିଂ ଢାଞ୍ଚା ଏବଂ ମୋଡାଲିଟିରେ ଉନ୍ନତି ପାଇଁ ସୁପାରିଶ କରିବା ସହ ଏହାର କାର୍ଯକାରିତାକୁ ସୁନିଶ୍ଚିତ କରିବା, ଜଳ ଗୁଣବତ୍ତା ମନିଟରିଂ ପାଇଁ ମାନକ କାର୍ଯ୍ୟପ୍ରଣାଳୀର ବିକାଶ, ଜଳର ଗୁଣବତ୍ତା ସମ୍ବନ୍ଧିତ ଘଟଣାକୁ ସମୀକ୍ଷା କରିବା ଏବଂ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିବା ଏହି ସେଲ୍ ର ମୁଖ୍ୟ କାର୍ଯ୍ୟ ରହିବ।

ମୁଖ୍ୟ ଉପଦେଷ୍ଟା ଶିଶିର କୁମାର ରଥ, ଆଇଆଇଟି ମାଡ୍ରାସର ଡକ୍ଟର ବି.ଏସ୍ ମୂର୍ତ୍ତି ଓ ଲିଗ୍ ଫିଲିପ୍ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗଦେଇଥିଲେ l

#Odia#Odisha#News
Share Article:

Related Articles