News Room Odisha
BREAKING
Odia

ବାରବାଟୀରେ ୫-ଟି ଅଧ୍ୟକ୍ଷ : ଷ୍ଟାଡିୟମର ରୂପାନ୍ତରୀକରଣ ନେଇ ଆଲୋଚନା

କଟକ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି କଟକ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିବା ସହ ଓଡ଼ିଶା କ୍ରିକେଟ ଆସୋସିଏସନ -ଓସିଏର ସଭାପତି ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଭେଟି ରାଜ୍ୟରେ କ୍ରିକେଟର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ବାରବାଟୀ ଷ୍ଟାଡିୟମର ରୂପାନ୍ତରୀକରଣ ଯୋଜନାର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ । ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ବାରବାଟୀର ରୂପାନ୍ତରୀକରଣ ହେବ [...]

Admin•February 21, 2024
Share Article:
ବାରବାଟୀରେ ୫-ଟି ଅଧ୍ୟକ୍ଷ : ଷ୍ଟାଡିୟମର ରୂପାନ୍ତରୀକରଣ ନେଇ ଆଲୋଚନା

କଟକ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି କଟକ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିବା ସହ ଓଡ଼ିଶା କ୍ରିକେଟ ଆସୋସିଏସନ -ଓସିଏର ସଭାପତି ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଭେଟି ରାଜ୍ୟରେ କ୍ରିକେଟର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ବାରବାଟୀ ଷ୍ଟାଡିୟମର ରୂପାନ୍ତରୀକରଣ ଯୋଜନାର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ । ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ବାରବାଟୀର ରୂପାନ୍ତରୀକରଣ ହେବ । କ୍ରିକେଟ ସହ ଅନ୍ୟ କ୍ରୀଡା ପାଇଁ ବ୍ୟବସ୍ଥା କରାଯାଇ ବାରବାଟୀ ଷ୍ଟାଡିୟମ ପରିସରକୁ ଏକ ବିଶ୍ୱସ୍ତରୀୟ ସ୍ପୋର୍ଟସ କମ୍ପ୍ଲେକ୍ସରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଦର୍ଶକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯିବ । ବାରବାଟୀ ଷ୍ଟାଡିୟମ ପାର୍ଶ୍ଵ ଜମିରେ ଏକ ପଞ୍ଚତାରକା ହୋଟେଲ ସହ ରିଟେଲ ମଲ୍ ଓ ଅଫିସ କୋଠା ନିର୍ମାଣ କରାଯିବ ।

କାର୍ତ୍ତିକ ପାଣ୍ଡିଆନ କୋଚ୍ ଓ ଖେଳାଳିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ୫-ଟି ରୂପାନ୍ତରୀକରଣ ଅଧୀନରେ ରାଜ୍ୟରେ କ୍ରିକେଟର ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୫-ଟି ଅଧ୍ୟକ୍ଷ। ରାଜ୍ୟବ୍ୟାପୀ ଗୁଣାତ୍ମକ କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଓଡ଼ିଶା କ୍ରିକେଟ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ପାଇଁ ଏକ ଉଚ୍ଚମାନର ରାଜ୍ୟସ୍ତରୀୟ କ୍ରିକେଟ ଲିଗ୍ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି ପାଣ୍ଡିଆନ। ମହିଳା କ୍ରିକେଟର ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ମହିଳା କ୍ରିକେଟର ପ୍ରସାର ପାଇଁ ପୁରୀରେ ଓଡ଼ିଶା ମହିଳା କ୍ରିକେଟ ଏକାଡେମୀ ଆରମ୍ଭ କରାଯିବ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି।

କଟକ ସ୍ଥିତ ଓଡ଼ିଶା କ୍ରିକେଟ ଏକାଡେମୀର ମଧ୍ୟ ଆଧୁନିକୀକରଣ କରାଯିବ । ସବୁ ବୟସ ବର୍ଗର କ୍ରିକେଟରଙ୍କୁ ଉନ୍ନତ ପ୍ରଶିକ୍ଷଣ ଦିଆଯିବ । ବାରବାଟୀ ଷ୍ଟାଡିୟମକୁ ୫-ଟି ଅଧ୍ୟକ୍ଷଙ୍କ ପରିଦର୍ଶନ ବେଳେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, କଟକ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles