News Room Odisha
BREAKING
Odia

ଭିନ୍ନକ୍ଷମ ଅଭିନୟ କରି ଭିକ୍ଷା ମାଗୁଥିବା ଉତ୍ତରପ୍ରଦେଶର ୪ ବ୍ରହ୍ମପୁରରୁ ଗିରଫ

ବ୍ରହ୍ମପୁର: ସୁସ୍ଥ ସବଳ ଥାଇ ସୁଦ୍ଧା ଭିନ୍ନକ୍ଷମ ଭାବେ ଅଭିନୟ କରି ଭିକ୍ଷା ମାଗୁଥିବା ୪ ଜଣଙ୍କୁ ବୁଧବାର ଗିରଫ କରିଛି ବ୍ରହ୍ମପୁର ପୋଲିସ। ସେମାନେ ଭିନ୍ନକ୍ଷମ, ମୂକ ଓ ବଧିର ଭାବେ ଅଭିନୟ କରି ଲୋକଙ୍କୁ ବଳପୂର୍ବକ ଭିକ୍ଷା ଆକାରରେ ଟଙ୍କା ମାଗୁଥିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ସେମାନଙ୍କୁ କାବୁ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ସୁଲତାନପୁର ଜିଲ୍ଲା ଅଖଣ୍ଡ ନଗର ଥାନା ଅଞ୍ଚଳର ଅଜୟ କୁମାର (୨୮), ମେରୋ ଫତେଲାଲ୍ (୩୨), [...]

Admin•February 21, 2024
Share Article:

ବ୍ରହ୍ମପୁର: ସୁସ୍ଥ ସବଳ ଥାଇ ସୁଦ୍ଧା ଭିନ୍ନକ୍ଷମ ଭାବେ ଅଭିନୟ କରି ଭିକ୍ଷା ମାଗୁଥିବା ୪ ଜଣଙ୍କୁ ବୁଧବାର ଗିରଫ କରିଛି ବ୍ରହ୍ମପୁର ପୋଲିସ। ସେମାନେ ଭିନ୍ନକ୍ଷମ, ମୂକ ଓ ବଧିର ଭାବେ ଅଭିନୟ କରି ଲୋକଙ୍କୁ ବଳପୂର୍ବକ ଭିକ୍ଷା ଆକାରରେ ଟଙ୍କା ମାଗୁଥିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ସେମାନଙ୍କୁ କାବୁ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ସୁଲତାନପୁର ଜିଲ୍ଲା ଅଖଣ୍ଡ ନଗର ଥାନା ଅଞ୍ଚଳର ଅଜୟ କୁମାର (୨୮), ମେରୋ ଫତେଲାଲ୍ (୩୨), ଯଶୋବନ୍ତ କୁମାର (୨୦) ଏବଂ ମଉ ଜିଲ୍ଲା ସେମୈର ଅଞ୍ଚଳର ଅନିଲ କୁମାର (୨୮)।

ବ୍ରହ୍ମପୁର ଏସପି ଡା ସର୍ବଣା ବିବେକଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିବୃତ୍ତିରେ ଦର୍ଶାଯାଇଛି ଯେ ବୈଦ୍ୟନାଥପୁର ଥାନା ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ କମାପଲ୍ଲୀ ଟ୍ରାଫିକ୍ ଛକରେ ୨ ଜଣ ଭିକ୍ଷା ମାଗୁଥିବା ଦେଖି ସେମାନଙ୍କ ବ୍ୟବହାର ଓ ଚାଲିଚଳଣରୁ ସନ୍ଦେହ କରି ପଚରାଉଚରା କରିଥିଲେ। ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନରେ ସେମାନେ ସତ ସ୍ବୀକାର କରିବାକୁ ବାଧ୍ୟ ହୋଇଥିଲେ। ନିଜର ଅନ୍ୟ ୨ ସହଯୋଗୀଙ୍କ ବାବଦରେ ମଧ୍ୟ ସେମାନେ ପ୍ରକାଶ କରିଥିଲେ। ପ୍ରମାଣ ହାସଲ ପରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଥାନାରେ କେସ୍ ନମ୍ବର ୧୧୭/୨୪ ରୁଜୁ କରି ସେମାନେ ଅନ୍ୟ କିଛି ଅପରାଧରେ ସମ୍ପୃକ୍ତ ଅଛନ୍ତି କି ତାହା ଯାଞ୍ଚ କରାଯାଉଛି।

#Odia#Odisha#News
Share Article:

Related Articles