‘ସ୍ବୟମ୍’ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ସିଜିଟିଏମଏସଇ ସହ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ବାକ୍ଷରିତ
ଭୁବନେଶ୍ୱର -ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଯୁବ ଉଦ୍ୟମୀରେ ପରିଣତ କରିବା ପାଇଁ ଓଡିଶା ସରକାରଙ୍କ ‘ସ୍ବୟମ୍ ‘ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ଓ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍କୁଲ୍ ଏଣ୍ଟରପ୍ରାଇଜର୍ସ -ସିଜିଟି ଏମ୍ଏସଇ କର୍ତ୍ତୃପକ୍ଷଙ୍କ ସହ ଏକ ବୁଝାମଣା ପତ୍ର ଆଜି ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ସ୍ବାକ୍ଷର ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର [...]
ଭୁବନେଶ୍ୱର -ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଯୁବ ଉଦ୍ୟମୀରେ ପରିଣତ କରିବା ପାଇଁ ଓଡିଶା ସରକାରଙ୍କ ‘ସ୍ବୟମ୍ ‘ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ଓ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍କୁଲ୍ ଏଣ୍ଟରପ୍ରାଇଜର୍ସ -ସିଜିଟି ଏମ୍ଏସଇ କର୍ତ୍ତୃପକ୍ଷଙ୍କ ସହ ଏକ ବୁଝାମଣା ପତ୍ର ଆଜି ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ସ୍ବାକ୍ଷର ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା କରିଥିଲେ ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି . ମାଥିଭାଥାନନ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ବ୍ୟାଙ୍କର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।
ଏହି ବୁଝାମଣା ପତ୍ରକୁ ସିଜିଟିଏମ୍ ଏସଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦିପ ବର୍ମାଙ୍କ ସହ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶକ , ଅନୁଷ୍ଠାନିକ ଅର୍ଥ , ଅର୍ଥ ବିଭାଗ ଡଃ ପ୍ରଜ୍ଞାହିତା ସାହୁ ସ୍ବାକ୍ଷର କରିଥିଲେ । ବୁଝାମଣା ପତ୍ର ଅନୁଯାୟୀ ସ୍ୱୟଂ ଯୋଜନାରେ ସିଜିଟିଏମଏସଇ ସ୍ବୟମ୍ ଯୋଜନାର ଋଣର
୮୫ % ଅର୍ଥ ଗ୍ୟାରେଣ୍ଟି ଆକାରରେ ପ୍ରଦାନ କରିବେ ଓ ରାଜ୍ୟ ସରକାର ଅବଶିଷ୍ଟ ୧୫ % ଗ୍ୟାରେଣ୍ଟି ପ୍ରଦାନ କରିବେ ।
ଏଥିସହ ସିଜିଟିଏମଏସଇଏସ ଗ୍ୟାରେଣ୍ଟି ଅଂଶ ବାବଦ ବାର୍ଷିକ ଗ୍ୟାରେଣ୍ଟି ଦେୟ ଋଣ ଗ୍ରହିତାଙ୍କ ତରଫରୁ ରାଜ୍ୟ ସରକାର ବହନ କରିବେ । ପ୍ରମୁଖ ଶାସନ ସଚିବ , ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଯୋଜନା ସମ୍ପର୍କରେ ରାଜ୍ୟର ସମସ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଏହି ଯୋଜନାରେ ଋଣର ସମସ୍ତ ସୁଧଭାର ରାଜ୍ୟ ସରକାର ବହନ କରୁଥିବା ବିଷୟ ବ୍ୟାଙ୍କ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ , ସ୍ବୟମ୍ ଯୋଜନାରେ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀଙ୍କୁ ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟକୁ ବଢାଇବା ନିମନ୍ତେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ବ୍ୟବସ୍ଥା ରହିଛି । ଅନୁସୂଚିତ ଜାତି / ଜନଜାତି / ସହରାଞ୍ଚଳର କିନ୍ନରମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୪୪ ବର୍ଷ ଅଟେ । ଏହି ଋଣ ନିମନ୍ତେ ଋଣ ଗ୍ରହିତାଙ୍କୁ ବ୍ୟାଙ୍କରେ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ବ୍ୟାଙ୍କକୁ କୌଣସି ପ୍ରୋସେସିଂ ଦେୟ ଦେବାକୁ ପଡିବ ନାହିଁ । ଯୋଜନାର ଋଣ ପରିଶୋଧ ଅବଧି ୪ ବର୍ଷ ଯେଉଁଥିରେ ବ୍ୟାଙ୍କର ପ୍ରଚଳିତ ନିୟମ ଅନୁଯାୟୀ ୩ ରୁ ୬ ମାସ ପର୍ଯ୍ୟନ୍ତ ରିହାତି ଅବଧି ରହିଛି ।
ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସମୀକ୍ଷା ବୈଠକ
Next ArticleChief Secy Chairs High Level Meeting to Review Preparations for President Murmu’s Odisha Visit
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
