ଦିଲ୍ଲୀ, ଗୁଜରାଟ, ହରିୟାଣାରେ ଏକାଠି ନିର୍ବାଚନ ଲଢ଼ିବେ କଂଗ୍ରେସ-ଆପ୍
ନୂଆଦିଲ୍ଲୀ: କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ, ଗୁଜରାଟ ଓ ହରିୟାଣାରେ ଆସନ୍ତା ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ । ଉଭୟ ଦଳ ଶୀଘ୍ର ଆସନ ଭାଗବଣ୍ଟା ସମ୍ପର୍କରେ ଘୋଷଣା କରିପାରନ୍ତି । ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ଏବଂ ଅନ୍ୟ କେତେକ ରାଜ୍ୟରେ ଆସନ ଭାଗବଣ୍ଟା ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି । ଉଭୟ ଦଳ ଖୁବ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିପାରନ୍ତି। କେଉଁ ଦଳ [...]
ନୂଆଦିଲ୍ଲୀ: କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ, ଗୁଜରାଟ ଓ ହରିୟାଣାରେ ଆସନ୍ତା ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ । ଉଭୟ ଦଳ ଶୀଘ୍ର ଆସନ ଭାଗବଣ୍ଟା ସମ୍ପର୍କରେ ଘୋଷଣା କରିପାରନ୍ତି ।
ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ଏବଂ ଅନ୍ୟ କେତେକ ରାଜ୍ୟରେ ଆସନ ଭାଗବଣ୍ଟା ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି । ଉଭୟ ଦଳ ଖୁବ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିପାରନ୍ତି। କେଉଁ ଦଳ କେଉଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଛି ।
ଆପ୍ ସହ ଜଡ଼ିତ ଏକ ସୂତ୍ରରୁ ଜଣାପଡିଛି ଯେ ଆପ୍ ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ ଏବଂ ନୂଆଦିଲ୍ଲୀ ଲୋକସଭା ଆସନରୁ ପ୍ରାର୍ଥୀ ଦେବ । କିନ୍ତୁ କଂଗ୍ରେସ ଚାନ୍ଦନୀ ଚୌକ୍, ପୂର୍ବ ଦିଲ୍ଲୀ ଏବଂ ଉତ୍ତର ପୂର୍ବ ଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ।
ମେଣ୍ଟ ସମ୍ଭାବନା ନେଇ ପଚରାଯିବାରୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅରବିନ୍ଦର ସିଂ ଲଭଲି ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ‘ଇଣ୍ଡିଆ’ ମେଣ୍ଟର ଏକ ଅଂଶ। ଏହି ମେଣ୍ଟ କେବଳ ଦିଲ୍ଲୀରେ ନୁହେଁ ସମଗ୍ର ଦେଶରେ ସୁଦୃଢ଼ ଭାବେ ନିର୍ବାଚନ ଲଢ଼ିବ ।
ଜାତୀୟ ରାଜଧାନୀରେ ୭ଟି ଲୋକସଭା ଆସନ ଅଛି। ଗତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ସମସ୍ତ ୭ଟି ଆସନ ଜିତିଥିଲା।
ସୂଚନାନୁସାରେ, ହରିୟାଣାର ଆପକୁ ଗୋଟିଏ ଏବଂ ଗୁଜରାଟରେ ଦୁଇଟି ସିଟ୍ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।
ଲଭଲି କହିଛନ୍ତି ହରିୟାଣାରେ ଆପ୍ ଗୁରୁଗ୍ରାମ କିମ୍ବା ଫରିଦାବାଦ ଆସନରୁ ନିର୍ବାଚନ ଲଢ଼ିପାରେ । ଗୁଜରାଟ, ଭରୁଚ ଏବଂ ଭାବନଗର ଲୋକସଭା ଆସନ ଆପକୁ ଯାଇପାରେ । ତେବେ ଭେଟେରାନ କଂଗ୍ରେସ ନେତା ସ୍ୱର୍ଗତ ଅହମ୍ମଦ ପଟେଲଙ୍କ ପୁଅ ଫୈସଲ ଭରୁଚ ଆସନ ଆପକୁ ଦେବା ସପକ୍ଷରେ ନାହାଁନ୍ତି । ସେ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି, ଯଦି ଗୁଜରାଟର ଭରୁଚ ଲୋକସଭା ଆସନ ଆମ୍ ଆଦମୀ ପାର୍ଟିକୁ ଦିଆଯାଏ, ତେବେ ସେ ଓ ଦଳର କର୍ମୀମାନେ ଆପ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ। ଏହି ଆସନରୁ ଫୈସଲ କିମ୍ବା ତାଙ୍କ ଭଉଣୀ ମମତାଜ କଂଗ୍ରେସରୁ ଟିକେଟ୍ ପାଇଁ ଦାବିଦାର ଅଛନ୍ତି ।
ଆପ୍ ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର କହିଥିଲେ ମେଣ୍ଟ ନେଇ ଆଲୋଚନା ବିଳମ୍ବ ହେଉଛି। ଆଗାମୀ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଆସନ ଭାଗବଣ୍ଟା ନେଇ ସୂଚନା ମିଳିବ ବୋଲି ସେ ସଙ୍କେତ ଦେଇଥିଲେ । ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ହେବା ସମ୍ଭାବନା ରହିଛି ।
କାର୍ ଦୁର୍ଘଟଣାରେ ତେଲେଙ୍ଗାନାର ବିଆରଏସ୍ ବିଧାୟିକା ନନ୍ଦିତାଙ୍କ ମୃତ୍ୟୁ
Next Articleଏମିତି ବି ହୁଏ : ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଲେ ବାପା -ପୁଅ , ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
