ଏକାମ୍ର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ସକାଳୁ ପୁରୁଣା ଭୁବନେଶ୍ବରରେ ଚାଲିଥିବା ଏକାମ୍ର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ୨୦୨୫ ନୂଆବର୍ଷ ସୁଦ୍ଧା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ କାମ ତ୍ୱରାନ୍ୱିତ କରିବାକୁ ୫-ଟି ଅଧ୍ୟକ୍ଷ ପ୍ରକଳ୍ପ କାର୍ଯ୍ୟ ସହ ଜଡ଼ିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ କାର୍ଯ୍ୟ କଷ୍ଟକର ଲାଗୁଥିଲା ମଧ୍ୟ ଏହା ଦାୟିତ୍ୱରେ ଥିବା ଟିମ୍ ସଫଳତାର ସହ ଏହାକୁ ସମ୍ପୂର୍ଣ୍ଣ କରିବେ ବୋଲି ବିଶ୍ୱାସ [...]
ଭୁବନେଶ୍ୱର – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ ସକାଳୁ ପୁରୁଣା ଭୁବନେଶ୍ବରରେ ଚାଲିଥିବା ଏକାମ୍ର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ୨୦୨୫ ନୂଆବର୍ଷ ସୁଦ୍ଧା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ କାମ ତ୍ୱରାନ୍ୱିତ କରିବାକୁ ୫-ଟି ଅଧ୍ୟକ୍ଷ ପ୍ରକଳ୍ପ କାର୍ଯ୍ୟ ସହ ଜଡ଼ିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ କାର୍ଯ୍ୟ କଷ୍ଟକର ଲାଗୁଥିଲା ମଧ୍ୟ ଏହା ଦାୟିତ୍ୱରେ ଥିବା ଟିମ୍ ସଫଳତାର ସହ ଏହାକୁ ସମ୍ପୂର୍ଣ୍ଣ କରିବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ। ଏଥିପାଇଁ ସେ ପ୍ରକଳ୍ପ ପରିଚାଳନା ଟିମର ଉତ୍ସାହ ବଢାଇଥିଲେ।
ଏକାମ୍ର ବିକାଶ ଯୋଜନାର ସମସ୍ତ କାର୍ଯ୍ୟର ନିରୀକ୍ଷଣ କରିଥିଲେ । ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଦୋକାନୀ ଓ ଭେଣ୍ଡରମାନଙ୍କ ଥଇଥାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ୫-ଟି ଅଧ୍ୟକ୍ଷ । ସେମାନଙ୍କର ଜୀବିକା ଯଥାସମ୍ଭବ ନିଶ୍ଚିତ କରାଯିବ ବୋଲି ସେ କହିଥିଲେ। ବିନ୍ଦୁସାଗର ରୋଡ୍ ସମାନ୍ତରାଳ ବିକଳ୍ପ କୋଟିତୀର୍ଥେଶ୍ୱରରୁ ତାଳେଶ୍ୱର ରୋଡ୍ କାର୍ଯ୍ୟ ତଦାରଖ କରିବା ସହ ଜମି ଆବଶ୍ୟକତା ଓ ନାଳ ନିର୍ମାଣ ନେଇ ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ । ନାଳ ନିର୍ମାଣ ପାଇଁ ଆବଶ୍ୟକ ପଡିଲେ ବଳକା ଜମି ହସ୍ତାନ୍ତର ପାଇଁ ସେ ବିଏମସିକୁ ପରାମର୍ଶ ଦେଇଥିଲେ। ଅନନ୍ତ ବାସୁଦେବ ମନ୍ଦିର ପଛପଟେ ଥିବା ଜାଗା ପରିଦର୍ଶନ କରିଥିଲେ ୫-ଟି ଅଧ୍ୟକ୍ଷ । ସେଠାରେ ମୁକ୍ତ ଭଜନ ମଣ୍ଡପ ନିର୍ମାଣ ହେବ । ଟ୍ରାଫିକ ପରିଚାଳନା ବ୍ୟବସ୍ଥିତ କରିବା ପାଇଁ ବୈଜ୍ଞାନିକ ପଦ୍ଧତି ଉପରେ ଜୋର୍ ଦେଇଛନ୍ତି ପାଣ୍ଡିଆନ। ମନ୍ଦିର ଚାରିପାଖର ପରିବେଶ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ଯାତ୍ରୀମାନଙ୍କ ପାଇଁ ବ୍ୟବହାର କରାଯିବ । ସମୀକ୍ଷା ବେଳେ ୫-ଟି ଅଧ୍ୟକ୍ଷଙ୍କ ସହ ପୂର୍ତ୍ତ ବିଭାଗ ସଚିବ, ବିଏମସି କମିଶନର , ଖୋର୍ଦ୍ଧା ଜିଲ୍ଲାପାଳ, ଡିସିପି , ଓବିସିସି ଏମଡି ପ୍ରମୁଖ ଉପସ୍ଥିତ ଥିଲେ।
CM Naveen Hikes Remuneration of Self Employed Mechanics to Rs 6500
Next Articleଗନ୍ଧମାର୍ଦ୍ଦନରେ ମାଓବାଦୀ, ଏସ୍ଓଜିଙ୍କ ଗୁଳିବିନିମୟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
