News Room Odisha
BREAKING
Odia

ମଧ୍ୟାହ୍ନରେ ଅଭିଯୋଗପତ୍ର ଗ୍ରହଣ କଲେ, ସନ୍ଧ୍ୟାରେ ସହାୟତା ଯୋଗାଇଦେଲେ ୫-ଟି ଅଧ୍ୟକ୍ଷ

ଭଞ୍ଜନଗର: ”ଆମେ ସମସ୍ତେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରେରଣା ପାଇଛୁ କାମ କରିବା ପାଇଁ, ଭାଷଣ କମ୍ ଦେବା ପାଇଁ”… ଗୁରୁବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ଏକ ସଭାରେ ଉଦବୋଧନ ଦେଇ ଏହା କହିଥିଲେ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଉ ସେହି ସଭାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାହାର ବାସ୍ତବ ପ୍ରତିଫଳନ ଦେଖିବାକୁ ମିଳିଥିଲା। ଧରାକୋଟ ଠାରେ ମଧ୍ୟାହ୍ନରେ କିଛି ଅଭିଯୋଗପତ୍ର ଗ୍ରହଣ କରିଥିଲେ [...]

Admin•February 24, 2024
Share Article:

ଭଞ୍ଜନଗର: ”ଆମେ ସମସ୍ତେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରେରଣା ପାଇଛୁ କାମ କରିବା ପାଇଁ, ଭାଷଣ କମ୍ ଦେବା ପାଇଁ”… ଗୁରୁବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ଏକ ସଭାରେ ଉଦବୋଧନ ଦେଇ ଏହା କହିଥିଲେ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଉ ସେହି ସଭାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାହାର ବାସ୍ତବ ପ୍ରତିଫଳନ ଦେଖିବାକୁ ମିଳିଥିଲା। ଧରାକୋଟ ଠାରେ ମଧ୍ୟାହ୍ନରେ କିଛି ଅଭିଯୋଗପତ୍ର ଗ୍ରହଣ କରିଥିଲେ ସେ ଯେଉଁଥିରେ ଥିଲା ଦୁଇ ନାବାଳକ ଭିନ୍ନକ୍ଷମଙ୍କ ପିତାମାତାଙ୍କ ଆବେଦନ। ନିଜ ନିଜ ପୁଅମାନଙ୍କର ଅଧିକ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ ଦୁଇ ପରିବାର। ଆଉ ସମସ୍ତଙ୍କ ଆଶା ଠାରୁ ମଧ୍ୟ ତ୍ୱରିତ ବେଗରେ ଅର୍ଥାତ୍ ସନ୍ଧ୍ୟା ସୁଦ୍ଧା ଉଭୟ ପରିବାରକୁ ବ୍ଲକ୍ ପ୍ରଶାସନ ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ୫-ଟି ଅଧ୍ୟକ୍ଷ।

୫-ଟି ଅଧ୍ୟକ୍ଷଙ୍କ ତ୍ୱରିତ ପଦକ୍ଷେପ ଫଳରେ ମାତ୍ର ସାତ ଘଣ୍ଟାରେ ଦୁଇ ଭିନ୍ନକ୍ଷମ ବାଳକ ଆର୍ଥିକ ସହାୟତା ପାଇପାରିଲେ। ଧରାକୋଟ ଷ୍ଟାଡିୟମରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ପ୍ରାୟ ପାଞ୍ଚ ଶହରୁ ଅଧିକ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଖୁସି ଖବର ପାଇବେ ବୋଲି ଆଶ୍ଵାସନା ଦେଇଥିଲେ। ତେବେ ସନ୍ଧ୍ୟା ବେଳକୁ ତିରିଶି ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଉଭୟ ପରିବାରକୁ ଦେବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଆସିଥିଲା। ଦୁଇ ଦିବ୍ୟାଙ୍ଗ ବାଳକଙ୍କ ପରିବାରର ଲିଖିତ ଅଭିଯୋଗର ତ୍ୱରିତ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ବାହାରପୁର ପଞ୍ଚାୟତ ଜଗନ୍ନାଥପୁର ଶାସନ ଗ୍ରାମରେ ପହଞ୍ଚି ଶିବରାମ ପ୍ରଧାନ ଓ ଲକ୍ଷ୍ମୀ ପ୍ରଧାନଙ୍କ ୯ ବର୍ଷର ଦିବ୍ୟାଙ୍ଗ ବାଳକ ସାଇରାମ ପ୍ରଧାନ ଓ ବ୍ଲକ୍ ଅଫିସରେ ସିଙ୍ଗିପୁର ଗ୍ରାମର ରବି ନାରାୟଣ ଦାସ ଓ ରିତୁ ଦାସଙ୍କ ୧୦ ବର୍ଷର ଦିବ୍ୟାଙ୍ଗ ପୁତ୍ର ଚନ୍ଦନକୁ ଏ ବାବଦ ଚେକ୍ ପିତାମାତାଙ୍କ ହାତରେ ଦେଇଥିଲେ ବିଡିଓ ଡେନିସ ବେହେରା, ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପ୍ରମୁଖ।

ଏବେ ମୋ ପୁଅର ଭଲ ଚିକିତ୍ସା ହୋଇପାରିବ। ଏଥିପାଇଁ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଣ୍ଡିଆନ ସାରଙ୍କୁ ଜଣାଇଥିଲୁ। ହେଲେ ମାତ୍ର ସାତ ଘଣ୍ଟା ମଧ୍ୟରେ ଏମିତି ସୁବିଚାର ହେବ ବୋଲି ଆଶା କରି ନଥିଲୁ। ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ସାରଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି କହିଛନ୍ତି ଶିବରାମ। ସେହିପରି ରବି ନାରାୟଣ କହିଛନ୍ତି ଯେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ସାରଙ୍କୁ ମୁଁ କୃତଜ୍ଞତା ଜଣାଉଛି। ଅଧିକ ଚିକିତ୍ସା ପାଇଁ ପୁଣି ତାଙ୍କୁ ମିଶିବି। ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏ ନେଇ ଖୁସି ଖେଳିଯାଇଛି।

#Odia#Odisha#News
Share Article:

Related Articles