୧୬ ପୌରାଞ୍ଚଳର ୯୫ଟି ଜଳାଶୟର ପୁନଃଉଦ୍ଧାର ପାଇଁ ୩୬୪ ମିଶନ ଶକ୍ତି ଗୋଷ୍ଠୀଙ୍କୁ ‘ଆମ ପୋଖରୀ’ କାର୍ଯ୍ୟାଦେଶ
ଭୁବନେଶ୍ୱର – ଓଡ଼ିଶା ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆଜି ଆମ ପୋଖରୀ ଯୋଜନାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅନଲାଇନ ଯୋଗେ ବିଭିନ୍ନ ପୌରାଞ୍ଚଳ ସହିତ ସଂଯୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଷ୍ଠୀ ସହଭାଗିତାରେ ପରିବେଶ ଦୃଷ୍ଟିକୋଣରୁ ଦୀର୍ଘସ୍ଥାୟୀ ଜଳାଶୟ ନିର୍ମାଣ ନିମନ୍ତେ ଏହି ଦୂରଦୃଷ୍ଟି ସଂପନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ [...]
ଭୁବନେଶ୍ୱର – ଓଡ଼ିଶା ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆଜି ଆମ ପୋଖରୀ ଯୋଜନାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅନଲାଇନ ଯୋଗେ ବିଭିନ୍ନ ପୌରାଞ୍ଚଳ ସହିତ ସଂଯୋଜିତ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଷ୍ଠୀ ସହଭାଗିତାରେ ପରିବେଶ ଦୃଷ୍ଟିକୋଣରୁ ଦୀର୍ଘସ୍ଥାୟୀ ଜଳାଶୟ ନିର୍ମାଣ ନିମନ୍ତେ ଏହି ଦୂରଦୃଷ୍ଟି ସଂପନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ‘ମୁକ୍ତା’ ଅନ୍ତର୍ଗତ ‘ଆମ ପୋଖରୀ’ ଯୋଜନାରେ ସହରାଞ୍ଚଳ ଜଳଶୟଗୁଡିକର ନବୀକରଣ ଓ ପୁନଃଉଦ୍ଧାର ନିମନ୍ତେ ଆଜି ମିଶନ ଶକ୍ତିର ମାଆମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ସହରାଞ୍ଚଳ ଜଳାଶୟଗୁଡିକର ଉନ୍ନତିକରଣ ଏବଂ ପୁନଃଉଦ୍ଧାର ନିମନ୍ତେ ୫-ଟି ଅଧିନରେ କାର୍ଯ୍ୟ ଜାରି ରହିଛି ।
ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜ୍ଞାନ ଓ କାରିଗରୀ କୌଶଳ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଏବଂ ଡେପୁଟି ମେୟର ମଞ୍ଜୁଲତା କହଁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥିଭାଥନନ୍ ରାଜ୍ୟରେ ସହରାଞ୍ଚଳ ରୁପାନ୍ତୀକରଣ ସଂପର୍କରେ ଆଲୋକପାତ କରିଥିଲେ । ୫-ଟି ଅଧିନରେ ସହରାଞ୍ଚଳରେ ଅବ୍ୟବହୃତ ହୋଇପଡିଥିବା ଜଳାଶୟଗୁଡିକର ପୁନଃଉଦ୍ଧାର ଓ ରୂପାନ୍ତରୀକରଣ କରାଯାଇ, ତାହାକୁ ବ୍ୟବହାର ଉପଯୋଗୀ କରାଯାଉଛି । ଏହା ଦ୍ୱାରା ମାଆମାନେ କେବଳ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେଉଛନ୍ତି ତାହା ନୁହେଁ, ନିଜର ଦକ୍ଷତା ପ୍ରତିପାଦନ କରିପାରୁଛନ୍ତି ବୋଲି ସେ କହିଥିଲେ ।
ମିଶନ ଶକ୍ତିର ମାଆମାନଙ୍କ କରସ୍ପର୍ଶରେ ଭୁବନେଶ୍ୱରର ଚିତ୍ର ବଦଳି ଯାଇଛି । କେବଳ ଜଳାଶୟ ନୁହେଁ, ପାର୍କ ନିର୍ମାଣ ଓ ପରିଚାଳନା, ରାସ୍ତା ସୌନ୍ଦର୍ଯ୍ୟକରଣ, ପେଭର ବ୍ଲକ ଇତ୍ୟାଦି କାମ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଓ ବିଶ୍ୱାସକୁ ସଫଳ କରିବା ସହ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ମାଆମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ମେୟର ସୁଲୋଚନା ଦାସ ।
ଶେଷରେ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱତନ୍ତ ଶାସନ ସଚିବ ସାଗରିକା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବୋର୍ଡରୁ ଇସ୍ତଫା ଦେଲେ ବିଜୟ ଶେଖର ଶର୍ମା
Next ArticleTwo Persons Arrested for Murder of Mother, Son in Ganjam’s Chudialanji Village
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
