News Room Odisha
BREAKING
Odia

ବିଭିନ୍ନ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ କ୍ରୀଡା ଭିତ୍ତିଭୂମିର ଲୋକାର୍ପଣ କରିବା ସହ ଆଉ କିଛି କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଲୋକାର୍ପିତ ହେବାକୁ ଥିବା କ୍ରୀଡା ଭିତ୍ତିଭୂମି ମଧ୍ୟରେ ରହିଛି ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ, ମହିଳା କ୍ରିକେଟ ଏକାଡେମୀ, ଓଡ଼ିଶା କ୍ରିକେଟ ଆସୋସିଏସନର ୪୨ଟି କ୍ରିକେଟ ଏକାଡେମୀ, ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ, ଗଞ୍ଜାମ ଭାରୋତ୍ତୋଳନ ଏକାଡେମୀ, ଝାରସୁଗୁଡ଼ା କ୍ରିକେଟ ଗ୍ରାଉଣ୍ଡ, ଯାଜପୁର ସ୍ପୋର୍ଟସ [...]

Admin•February 27, 2024
Share Article:

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ କ୍ରୀଡା ଭିତ୍ତିଭୂମିର ଲୋକାର୍ପଣ କରିବା ସହ ଆଉ କିଛି କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଲୋକାର୍ପିତ ହେବାକୁ ଥିବା କ୍ରୀଡା ଭିତ୍ତିଭୂମି ମଧ୍ୟରେ ରହିଛି ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ, ମହିଳା କ୍ରିକେଟ ଏକାଡେମୀ, ଓଡ଼ିଶା କ୍ରିକେଟ ଆସୋସିଏସନର ୪୨ଟି କ୍ରିକେଟ ଏକାଡେମୀ, ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ, ଗଞ୍ଜାମ ଭାରୋତ୍ତୋଳନ ଏକାଡେମୀ, ଝାରସୁଗୁଡ଼ା କ୍ରିକେଟ ଗ୍ରାଉଣ୍ଡ, ଯାଜପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ର।

ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ବିଭିନ୍ନ କ୍ରୀଡା ଭିତ୍ତିଭୂମି ମଧ୍ୟରେ ରହିଛି ସମ୍ବଲପୁର ଭିଏସଏସ କ୍ରିକେଟ ଷ୍ଟାଡିୟମର ପୁନଃବିକାଶ କାର୍ଯ୍ୟ, ବରଗଡ଼ ଓ ଢେଙ୍କାନାଳରେ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଯାଜପୁରରେ ସ୍ପୋର୍ଟସ ଏକାଡେମୀ ।

#Odia#Odisha#News
Share Article:

Related Articles