News Room Odisha
BREAKING
Odia

ବାରବାଟୀ ଷ୍ଟାଡିୟମର ପୁନଃବିକାଶ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗଞ୍ଜାମରେ ଦେଶର ବୃହତ ଭାରୋତ୍ତୋଳନ ଏକାଡେମୀ କଲେ ଉଦଘାଟନ

ଭୁବନେଶ୍ୱର – ଓଡ଼ିଶାରେ କ୍ରିକେଟ ଭିତ୍ତିଭୂମିର ବିକାଶ ପାଇଁ ନବୀନ ସରକାରଙ୍କ ବଡ ଧରଣର ପଦକ୍ଷେପ । ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସମ୍ବଲପୁରର ଭିଏସଏସ ଷ୍ଟାଡିୟମର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ୪୧ଟି ଏକାଡେମୀର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟାନ୍ୟ କ୍ରୀଡା ଭିତ୍ତିଭୂମିର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବ୍ରହ୍ମପୁର [...]

Admin•February 27, 2024
Share Article:
ବାରବାଟୀ ଷ୍ଟାଡିୟମର ପୁନଃବିକାଶ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗଞ୍ଜାମରେ ଦେଶର ବୃହତ ଭାରୋତ୍ତୋଳନ ଏକାଡେମୀ କଲେ ଉଦଘାଟନ

ଭୁବନେଶ୍ୱର – ଓଡ଼ିଶାରେ କ୍ରିକେଟ ଭିତ୍ତିଭୂମିର ବିକାଶ ପାଇଁ ନବୀନ ସରକାରଙ୍କ ବଡ ଧରଣର ପଦକ୍ଷେପ । ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସମ୍ବଲପୁରର ଭିଏସଏସ ଷ୍ଟାଡିୟମର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ୪୧ଟି ଏକାଡେମୀର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟାନ୍ୟ କ୍ରୀଡା ଭିତ୍ତିଭୂମିର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦଘାଟନ କରିବା ସହ ଏଥିମଧ୍ୟରେ ଥିବା କ୍ରିକେଟ ଷ୍ଟାଡିୟମର ମହାତ୍ମା ଗାନ୍ଧିଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମ ବେଳେ ବ୍ରହ୍ମପୁରକୁ ଗାନ୍ଧିଜୀଙ୍କ ଗସ୍ତର ସ୍ମୃତି ପାଇଁ ବ୍ରହ୍ମପୁର କ୍ରିକେଟ ଷ୍ଟାଡିୟମ ତାଙ୍କ ନାମରେ ନାମିତ କରାଯିବ । ଏହାଛଡା ବ୍ରହ୍ମପୁର ନିକଟବର୍ତ୍ତୀ ଶୀତଳାପଲ୍ଲୀରେ ଏକ ସମନ୍ୱିତ କ୍ରୀଡା କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ଆଥଲେଟିକ୍ସ, ଫୁଟବଲ, କ୍ରିକେଟ , ଇଣ୍ଡୋର ଷ୍ଟାଡିୟମ ରହିବ । ଗଞ୍ଜାମ ଭାରୋତ୍ତୋଳନ ଏକାଡେମୀ ସହ ୨୦୦ ସିଟ୍ ବିଶିଷ୍ଟ ହଷ୍ଟେଲର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦେଶର ବୃହତ୍ତମ ଭାରୋତ୍ତୋଳନ ଟ୍ରେନିଂ ଏକାଡେମୀ । ଭାରୋତ୍ତୋଳନରେ ଗଞ୍ଜାମ ଉତ୍କର୍ଷ ହାସଲ କରିଥିବାରୁ ଜିଲ୍ଲାରେ ଏହି ଏକାଡେମୀ ପ୍ରତିଷ୍ଠା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଝାରସୁଗୁଡ଼ା କ୍ରିକେଟ ଗ୍ରାଉଣ୍ଡ, ଯାଜପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ରର ମଧ୍ୟ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ବରଗଡ଼ ଓ ଢେଙ୍କାନାଳରେ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଯାଜପୁରରେ ସ୍ପୋର୍ଟସ ଏକାଡେମୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

#Odia#Odisha#News
Share Article:

Related Articles