News Room Odisha
BREAKING
Odia

ଅବକାରୀ ଚଢାଉ : ଭଦ୍ରକରେ ୮୦୦ ଲିଟର ବେଆଇନ ମଦ ଜବତ, ମଦ ମାଫିଆ ଗିରଫ

କଟକ – କଟକ ସେଣ୍ଟ୍ରାଲ ଡିଭିଜନର ସ୍ପେଶାଲ ସ୍କାନ୍ ର ଅବକାରୀ ଅଧିକାରୀମାନେ ବାଲେଶ୍ବର ଜିଲ୍ଲାର ଦୁଇ ମଦ ମାଫିଆ ମୁନା କୁମାର ଓ ସରୋଜ କୁମାରଙ୍କୁ ଗିରଫ କରିଛନ୍ତି । ବାଲେଶ୍ବରରେ କ୍ରମାଗତ ଚଢ଼ାଉ ପରେ ବାଲେଶ୍ବରର ମଦ ମାଫିଆମାନେ ପଡ଼ୋଶୀ ଜିଲ୍ଲାକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସେହି ଅନୁଯାୟୀ କଟକର ସ୍ପେଶାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବକାରୀ କମିଶନର ବାଲେଶ୍ବରର ପଡ଼ୋଶୀ ଜିଲ୍ଲା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱସ୍ତ [...]

Admin•February 27, 2024
Share Article:

କଟକ – କଟକ ସେଣ୍ଟ୍ରାଲ ଡିଭିଜନର ସ୍ପେଶାଲ ସ୍କାନ୍ ର ଅବକାରୀ ଅଧିକାରୀମାନେ ବାଲେଶ୍ବର ଜିଲ୍ଲାର ଦୁଇ ମଦ ମାଫିଆ ମୁନା କୁମାର ଓ ସରୋଜ କୁମାରଙ୍କୁ ଗିରଫ କରିଛନ୍ତି । ବାଲେଶ୍ବରରେ କ୍ରମାଗତ ଚଢ଼ାଉ ପରେ ବାଲେଶ୍ବରର ମଦ ମାଫିଆମାନେ ପଡ଼ୋଶୀ ଜିଲ୍ଲାକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସେହି ଅନୁଯାୟୀ କଟକର ସ୍ପେଶାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବକାରୀ କମିଶନର ବାଲେଶ୍ବରର ପଡ଼ୋଶୀ ଜିଲ୍ଲା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ , ଏକ ମହିନ୍ଦ୍ରା ବୋଲେରୋ ନମ୍ବର ଓଆର – ୦୪ – ଏଲ୍‌ -୦୫୭୫ ଭଦ୍ରକକୁ ୮୦୦ ଲିଟର ବେଆଇନ ଓ ନକଲି ମଦ ପରିବହନ କରୁଥିବା ବେଳେ ଅବକାରୀ ଟିମ୍ ଅଟକାଇଥିଲା । ଉଭୟଙ୍କୁ ଭଦ୍ରକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନଙ୍କଠାରୁ ୩୫ ହଜାର ଟଙ୍କା ଜବତ କରାଯାଇଛି । ଗାଡ଼ି ମାଲିକ ଓ ଅପରାଧରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଭୂମିକା ଉପରେ ଅଧିକ ତଦନ୍ତ କରାଯାଉଛି । ସାଧାରଣ ନିର୍ବାଚନ ପୂର୍ବରୁ ସ୍ଵତନ୍ତ୍ର ଅଭିଯାନ ସମୟରେ କଟକ ଅବକାରୀ ଅଧିକାରୀମାନେ ଆଠଗଡ଼ରୁ ୧୮୯୦ ଲିଟର ଦେଶୀ ମଦ ସହ ଗୋଟିଏ ମାରୁତି ସୁଜୁକି ଭ୍ୟାନ୍ ଜବତ କରିବା ସହ ଆଠଗଡ଼ ଥାନା କଲାରାଗଡ଼ ଗ୍ରାମର ସନ୍ଦୀପ କୁମାର ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଅବକାରୀ ବିଭାଗ ମଦ ମାଫିଆଙ୍କ ବିରୋଧରେ ତାର ଅଭିଯାନ ଜାରି ରଖିବ ବୋଲି କହିଛି ।

#Odia#Odisha#News
Share Article:

Related Articles