News Room Odisha
BREAKING
Odia

ଭୁବନେଶ୍ୱରରେ ବିଲ୍ ଗେଟ୍ସ, କୃଷି ଭବନ ପରିଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

ଭୁବନେଶ୍ୱର – ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ। ଆଜି ସେ କୃଷି ଭବନ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତି ସ୍ୱାକ୍ଷର କରିଥିଲେ ଓଡ଼ିଶା ସରକାର । କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଚୁକ୍ତି ସ୍ୱାକ୍ଷର କରାଯାଇଥିଲା । ଓଡ଼ିଶା [...]

Admin•February 28, 2024
Share Article:

ଭୁବନେଶ୍ୱର – ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ। ଆଜି ସେ କୃଷି ଭବନ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତି ସ୍ୱାକ୍ଷର କରିଥିଲେ ଓଡ଼ିଶା ସରକାର । କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଚୁକ୍ତି ସ୍ୱାକ୍ଷର କରାଯାଇଥିଲା ।

ଓଡ଼ିଶା ଗସ୍ତ ସମ୍ପର୍କରେ ବିଲ୍ ଗେଟ୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।ଏହି ଗସ୍ତ ସମୟରେ ସେ ଭାରତରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର (ଡିପିଆଇ) କିଭଳି କାର୍ଯ୍ୟ କରୁଛି ତାହା ଅନୁଧ୍ୟାନ କରିବେ। ଓଡ଼ିଶା ସରକାରଙ୍କ ଏଗ୍ରିକଲଚରାଲ ମନିଟରିଂ ସେଣ୍ଟରରେ କିଭଳି ଡିପିଆଇ ମାଧ୍ୟମରେ ଚାଷୀମାନଙ୍କୁ ରିଏଲଟାଇମ୍ ପରାମର୍ଶ ଦିଆଯାଇ ପାରୁଛି ତାହା ସେ ଅନୁଧ୍ୟାନ କରିବେ ବୋଲି ବିଲ୍ ଗେଟ୍ସ କହିଛନ୍ତି।

#Odia#Odisha#News
Share Article:

Related Articles