News Room Odisha
BREAKING
Odia

ଆସନ୍ତାକାଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଶୁକ୍ରବାର ଆସୁଛନ୍ତି। ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ୫୦ ମିନିଟ୍ କାଳ ଉପସ୍ଥିତ ରହିବେ। ସେଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ, ପୋଲିସ‌ ବିଭାଗ ଓ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପର ରହିଛନ୍ତି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଡା ସର୍ବଣା ବିବେକ ଏମ୍ ବିଶ୍ଵବିଦ୍ୟାଳୟ ପରିସରରେ ପହଞ୍ଚି [...]

Admin•February 29, 2024
Share Article:
ଆସନ୍ତାକାଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଶୁକ୍ରବାର ଆସୁଛନ୍ତି। ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ୫୦ ମିନିଟ୍ କାଳ ଉପସ୍ଥିତ ରହିବେ। ସେଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ, ପୋଲିସ‌ ବିଭାଗ ଓ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପର ରହିଛନ୍ତି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଡା ସର୍ବଣା ବିବେକ ଏମ୍ ବିଶ୍ଵବିଦ୍ୟାଳୟ ପରିସରରେ ପହଞ୍ଚି ତଦାରଖ କରିଛନ୍ତି।

ରାଷ୍ଟ୍ରପତି ରଙ୍ଗେଈଲୁଣ୍ଡା ବିମାନ ବନ୍ଦରରେ ଶୁକ୍ରବାର ସକାଳ ପ୍ରାୟ ୧୦.୧୫ ଅବତରଣ କରିବା ପରେ କଡା ସୁରକ୍ଷାରେ ଆସି ଅଡିଟୋରିୟମ୍ ପରିସର ରୋବିଙ୍ଗ ରୁମରେ ପହଞ୍ଚିବେ। ସେଠାରୁ ବିଧିବଦ୍ଧ ପଟୁଆରରେ ସଭା ମଞ୍ଚକୁ ଆସିବେ l ସେ ଉଦବୋଧନ ଦେବା ସହ ପିଜି ବିଭାଗର ୨୫ଟି ବିଭାଗରେ ଟପ୍ପର୍ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୧୦ଟି ସ୍ନାତକ ବିଭାଗର ଟପ୍ପରଙ୍କୁ ସ୍ବର୍ଣ୍ଣ ପଦକ, ୪୩ ଜଣଙ୍କୁ ପିଏଚଡି, ୩ ଜଣଙ୍କୁ ଡିଲିଟ୍ ଓ ଜଣଙ୍କୁ ଡିଏସସି ଉପାଧି ପ୍ରଦାନ କରିବେ।

କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ତତ୍ତ୍ଵାବଧାନରେ ପ୍ରାକ୍ ଅଭ୍ୟାସ କରାଯାଇଛି। ସେହିପରି ଆର୍ମି ବ୍ୟାଣ୍ଡ୍ ଦ୍ୱାରା ରାଷ୍ଟ୍ରୀୟ ଗାନ ରିହାର୍ସଲ୍ କରାଯାଇଥିଲା l

#Odia#Odisha#News
Share Article:

Related Articles