News Room Odisha
BREAKING
Odia

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ଫୁଲବାଣୀ – ଫୁଲବାଣୀ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ମିହିର ରଞ୍ଜନ ପରିଡ଼ା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସରୋଜ ସାଣ୍ଢ (୨୬ ବର୍ଷ) କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦,୦୦୦ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଦୋଷୀଙ୍କୁ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ । ସରକାରଙ୍କ ତରଫରୁ ପକ୍ସୋ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବନମାଳି ବେହେରା ମାମଲା ପରିଚାଳନା କରୁଥିଲେ। ୨୦୧୭ [...]

Admin•February 29, 2024
Share Article:

ଫୁଲବାଣୀ – ଫୁଲବାଣୀ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ମିହିର ରଞ୍ଜନ ପରିଡ଼ା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସରୋଜ ସାଣ୍ଢ (୨୬ ବର୍ଷ) କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦,୦୦୦ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଦୋଷୀଙ୍କୁ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ । ସରକାରଙ୍କ ତରଫରୁ ପକ୍ସୋ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବନମାଳି ବେହେରା ମାମଲା ପରିଚାଳନା କରୁଥିଲେ।

୨୦୧୭ ଜୁନ ୨୩ ତାରିଖରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଅପହରଣ କରି ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମରେ ତା’ର ମାଉସୀ ଘରେ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତର ବାପା ଏ ସ°କ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଫିରିଙ୍ଗିଆ ବସଷ୍ଟାଣ୍ଡରୁ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲେ।

ଆଜି ବିଚାରପତି ଉକ୍ତ ଅଭିଯୁକ୍ତକୁ ଜେଲ୍ ଦଣ୍ଡାଦେଶ ସହ ପୀଡିତାଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

#Odia#Odisha#News
Share Article:

Related Articles