News Room Odisha
BREAKING
Odia

କାହାକୁ ବି ଛାଡ଼ିବା ମୁଡରେ ନାହିଁ ବିସିସିଆଇ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସର୍ତ୍ତରେ ମିଳିଲା କେନ୍ଦ୍ରୀୟ ଚୁକ୍ତି

ନୂଆଦିଲ୍ଲୀ: ଘରୋଇ କ୍ରିକେଟକୁ ହାଲୁକାରେ ନେଉଥିବା ଖେଳାଳିଙ୍କ ବିରୋଧରେ ବିସିସିଆଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କାହାକୁ ବି ଛାଡ଼ିବା ମୁଡ଼ରେ ନାହିଁ ଭାରତୀୟ ବୋର୍ଡ । ଶ୍ରେୟସ୍ ଆୟର ଓ ଇଶାନ୍ କିଶନ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିବା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଦିନିକିଆ ବିଶ୍ୱକପ୍ ୨୦୨୩ରେ ଆଘାତପ୍ରାପ୍ତ ହେବା ପରଠୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଥିବା ସତ୍ତ୍ୱେ ତାଙ୍କୁ ବିସିସିଆଇ ‘ଏ’ ଗ୍ରେଡରେ ରଖିଛି [...]

Admin•February 29, 2024
Share Article:

ନୂଆଦିଲ୍ଲୀ: ଘରୋଇ କ୍ରିକେଟକୁ ହାଲୁକାରେ ନେଉଥିବା ଖେଳାଳିଙ୍କ ବିରୋଧରେ ବିସିସିଆଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କାହାକୁ ବି ଛାଡ଼ିବା ମୁଡ଼ରେ ନାହିଁ ଭାରତୀୟ ବୋର୍ଡ । ଶ୍ରେୟସ୍ ଆୟର ଓ ଇଶାନ୍ କିଶନ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିବା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଦିନିକିଆ ବିଶ୍ୱକପ୍ ୨୦୨୩ରେ ଆଘାତପ୍ରାପ୍ତ ହେବା ପରଠୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଥିବା ସତ୍ତ୍ୱେ ତାଙ୍କୁ ବିସିସିଆଇ ‘ଏ’ ଗ୍ରେଡରେ ରଖିଛି । ଏନେଇ ପ୍ରଶଂସକ ଓ କିଛି ପୂର୍ବତନ ଖେଳାଳି ପ୍ରଶ୍ନ ଉଠାଇଥିଲେ । ତେବେ ବିସିସିଆଇ ଏକ ସର୍ତ୍ତରେ ପାଣ୍ଡ୍ୟାଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିଥିବା ଜଣାପଡ଼ିଛି ।

ପାଣ୍ଡ୍ୟା ଏକ ଅଣ୍ଡରଟେକିଂ ଦେବା ପରେ ଚୟନକର୍ତ୍ତା ଓ ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତି ଦେଇଥିଲେ । ଭାରତ ପାଇଁ ହ୍ବାଇଟ୍ ବଲ୍ କ୍ରିକେଟ୍ ଖେଳୁନଥିବା ସମୟରେ ସେ ସୟଦ ମୁସ୍ତାକ ଅଲି ଟି-୨୦ ଓ ବିଜୟ ହଜାରେ ଟ୍ରଫିରେ ଖେଳିବେ ବୋଲି ପାଣ୍ଡ୍ୟା ବିସିସିଆଇକୁ କଥା ଦେଇଛନ୍ତି ।

ସୂଚନାଯୋଗ୍ୟ, ପାଣ୍ଡ୍ୟା ଆଉ ଟେଷ୍ଟ ଖେଳୁ ନାହାଁନ୍ତି । ତେଣୁ ସେ ରଣଜୀ ଟ୍ରଫିରେ ଖେଳିବା ପ୍ରଶ୍ନ ଉଠୁନି । କିନ୍ତୁ ସେ ସୟଦ ମୁସ୍ତାକ ଅଲି ଟି-୨୦ ଓ ବିଜୟ ହଜାରେ ଟ୍ରଫି ଭଳି ଘରୋଇ କ୍ରିକେଟର ହ୍ବାଇଟ୍ ବଲ୍ ଟୁର୍ଣ୍ଣାମେଣ୍ଟରେ ଖେଳିବେ ନଚେତ୍ ତାଙ୍କୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦିଆଯିବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।

ରଣଜୀ ଟ୍ରଫିରେ ଖେଳିବା ପାଇଁ ନିର୍ଦ୍ଦେଶ ବେଖାତିର କରିବାରୁ ବିସିସିଆଇ ଆୟର ଓ କିଶନଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦେଇଛି । ଏଥିସହ ଭାରତୀୟ ବୋର୍ଡ ଘରୋଇ କ୍ରିକେଟ୍ ନ ଖେଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖେଳାଳିଙ୍କୁ ଚେତାବନୀ ଦେଇଛି । ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟ୍ ବାଧ୍ୟତାମୂଳକ କରିବା ନିଷ୍ପତ୍ତିକୁ ପୂର୍ବତନ ଖେଳାଳିମାନେ ସ୍ବାଗତ କରିଛନ୍ତିି । ଭାରତ ପାଇଁ ଖେଳୁଥିବା କିଛି ଷ୍ଟାର ଖେଳାଳିଙ୍କ ପାଇଁ ମଧ୍ୟ ଏହି ନିର୍ଦ୍ଦେଶନାମା ଲାଗୁ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

#Odia#Odisha#News
Share Article:

Related Articles