News Room Odisha
BREAKING
Odia

ବାବାସାହେବଙ୍କ ଭୀମରାଓ ଆମ୍ବେଦକର ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ଲୋକାର୍ପଣ ହେବ ବାବା ସାହେବ ଭୀମ ରାଓ ଆମ୍ବେଦକର ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ବରମୁଣ୍ଡା ବସଷ୍ଟଣ୍ଡକୁ ଆଜି ଲୋକାର୍ପିତ କରିବେ । ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା କରାଯାଇଛି। ଯାତ୍ରୀମାନେ ଏକ ବିମାନ ବନ୍ଦରର ଅନୁଭୂତି ପାଇବେ । ପ୍ରବେଶ ଓ ପ୍ରସ୍ଥାନ ପଥ ସହ ବସ୍ ବେ’ଠୁ ଆହାର କେନ୍ଦ୍ର ସବୁ ବ୍ୟବସ୍ଥା ଏଠାରେ କରାଯାଇଛି। ଫୁଡ୍‌‌ କୋର୍ଟ [...]

Admin•March 1, 2024
Share Article:

ଭୁବନେଶ୍ୱର – ଆଜି ଲୋକାର୍ପଣ ହେବ ବାବା ସାହେବ ଭୀମ ରାଓ ଆମ୍ବେଦକର ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ବରମୁଣ୍ଡା ବସଷ୍ଟଣ୍ଡକୁ ଆଜି ଲୋକାର୍ପିତ କରିବେ । ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା କରାଯାଇଛି। ଯାତ୍ରୀମାନେ ଏକ ବିମାନ ବନ୍ଦରର ଅନୁଭୂତି ପାଇବେ । ପ୍ରବେଶ ଓ ପ୍ରସ୍ଥାନ ପଥ ସହ ବସ୍ ବେ’ଠୁ ଆହାର କେନ୍ଦ୍ର ସବୁ ବ୍ୟବସ୍ଥା ଏଠାରେ କରାଯାଇଛି। ଫୁଡ୍‌‌ କୋର୍ଟ ସହ ବୈଦ୍ୟୁତିକ ଶିଡ଼ି, ଲିଫ୍ଟ ଲଗାଯାଇଛି। ଆଖି ସାମ୍ନାରେ ଅତ୍ୟାଧୁନିକ ଏଲ୍‌‌ଇଡି ସ୍କ୍ରିନରେ ବସ୍‌‌ ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ଯାତ୍ରୀ । ଲିଫ୍ଟ ଓ ଏସ୍କଲେଟରରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯା’ଆସ କରିହେବ। ଶୀତତାପ ନିୟନ୍ତ୍ରିତ କୋଠରୀରେ ଯାତ୍ରୀମାନେ ବିଶ୍ରାମ ନେଇପାରିବେ ।

ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ୍‌‌, ଏଟିଏମ୍‌‌, ଆହାର କେନ୍ଦ୍ର ଭଳି ସେବା ମିଳିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆହାର ପ୍ଲସ୍‌‌ କେନ୍ଦ୍ର ତିଆରି ହୋଇଛି। ଏଥିସହ ଯାତ୍ରୀଙ୍କୁ ମିଶନଶକ୍ତି କାଫେ, ଓର୍‌‌ମାସ ଓ ମିଲେଟ୍‌‌ କାଫେରେ ମା’ମାନଙ୍କ ହାତ ରନ୍ଧା ଖାଦ୍ୟ ଖାଇବାକୁ ମିଳିବ।

ବସ୍ ଯାତ୍ରୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଫାଣ୍ଡି ତିଆରି ହୋଇଛି। ବେସମେଣ୍ଟରେ ୧୧୫ କାର୍‌‌ ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି। ଟର୍ମିନାଲରେ ୫୦ ବସ୍‌‌ ବେ’ ସହ ୨୦୦ ବସ୍‌‌ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି।

ସିଟିବସ୍‌‌ ପାଇଁ ୫ଟି ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି। ଦୁଇଚକିଆ ଯାନ ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି। ସ୍ୱତନ୍ତ୍ର ରାସ୍ତା ସହ ବସ୍‌‌ ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌‌ ଅଲଗା ଅଲଗା କରାଯାଇଛି।

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ଶେଷ ସୁଦ୍ଧା ବରମୁଣ୍ଡା ବସ ଟର୍ମିନାଲ ନବୀକରଣ କାମ ସାରିବାକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌ ନିର୍ଦ୍ଦେଶ ଦେଇଥିଲେ। ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ୫-ଟି ଅଧ୍ୟକ୍ଷ ଆଇଏସ୍‌‌ବିଟି ବରମୁଣ୍ଡାର ନିର୍ମାଣାଧୀନ କାର୍ଯ୍ୟର ସ୍ଥିତି ଯାଞ୍ଚ କରିଥିଲେ।

#Odia#Odisha#News
Share Article:

Related Articles