News Room Odisha
BREAKING
Odia

୧୯୫ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ମୋଦୀ ପୁଣି ବାରାଣସୀରୁ ଲଢ଼ିବେ

ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବାରାଣସୀ ଆସନରୁ ଲଢ଼ିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀ ନଗରରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବାବେଳେ ସ୍ମୃତି ଇରାନୀ ଏଥର ମଧ୍ୟ ଆମେଥିରୁ ଭାଗ୍ୟ ପରୀକ୍ଷା [...]

Admin•March 2, 2024
Share Article:

ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବାରାଣସୀ ଆସନରୁ ଲଢ଼ିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀ ନଗରରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବାବେଳେ ସ୍ମୃତି ଇରାନୀ ଏଥର ମଧ୍ୟ ଆମେଥିରୁ ଭାଗ୍ୟ ପରୀକ୍ଷା କରିବେ।

ଏହି ତାଲିକାରେ ୩୪ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଅଛନ୍ତି। ଲୋକସଭାର ବାଚସ୍ପତିଙ୍କ ସହ ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଏଥିରେ ରହିଛି ।

ବିଜେପିର ଏହି ତାଲିକାରେ ୨୮ ଜଣ ମହିଳା ଏବଂ ୫୦ ବର୍ଷରୁ କମ୍ ୪୭ ଜଣ ଯୁବ ପ୍ରାର୍ଥୀ ଅଛନ୍ତି | ଅନୁସୂଚିତ ଜାତିରୁ ୨୭, ଅନୁସୂଚିତ ଜନଜାତିରୁ ୧୮ ଏବଂ ଓବିସି ବର୍ଗର ୫୭ ଜଣ ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେଇଛି ‌‌।

ପ୍ରାର୍ଥୀ ଘୋଷଣା ହୋଇଥିବା ୧୯୫ ଆସନ ମଧ୍ୟରୁ ଉତ୍ତର ପ୍ରଦେଶ ୫୧, ପଶ୍ଚିମବଙ୍ଗର ୨୦, ମଧ୍ୟପ୍ରଦେଶର ୨୪, ଗୁଜରାଟର ୧୫, ରାଜସ୍ଥାନ ୧୫, କେରଳର ୧୨, ତେଲେଙ୍ଗାନାର ୯ ଏବଂ ଛତିଶଗଡ଼ର ୧୧ ଆସନ ରହିଛି ।

ଏହାଛଡ଼ା ଦିଲ୍ଲୀର ୫, ଜାମ୍ମୁ କାଶ୍ମୀରର ୨, ଉତ୍ତରାଖଣ୍ଡର ୩, ଅରୁଣାଚଳ ପ୍ରଦେଶର ୨ଟି ଆସନ ସହ ଗୋଆ, ତ୍ରିପୁରା, ଆଣ୍ଡାମାନ ନିକୋବର ଏବଂ ଡାମନ ଡିୟୁର ଗୋଟିଏ ଲେଖାଏଁ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

#Odia#Odisha#News
Share Article:

Related Articles