News Room Odisha
BREAKING
Odia

ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ

ଛତ୍ରପୁର: ଓଡ଼ିଆ ଜାତିର ସ୍ବାଭିମାନ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପାଳିତ ହୋଇଯାଇଛି। ବିଜୁ ବାବୁଙ୍କ ତୈଳଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ସଙ୍ଗୀତଭୂଷଣ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ପ୍ରାରମ୍ଭିକ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ବିଜୁବାବୁ ଥିଲେ ସୀମାହୀନ ମହନୀୟ ଆଦର୍ଶର ଏକ ଗୌରବ [...]

Admin•March 5, 2024
Share Article:

ଛତ୍ରପୁର: ଓଡ଼ିଆ ଜାତିର ସ୍ବାଭିମାନ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପାଳିତ ହୋଇଯାଇଛି। ବିଜୁ ବାବୁଙ୍କ ତୈଳଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ସଙ୍ଗୀତଭୂଷଣ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ପ୍ରାରମ୍ଭିକ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ବିଜୁବାବୁ ଥିଲେ ସୀମାହୀନ ମହନୀୟ ଆଦର୍ଶର ଏକ ଗୌରବ ମଣ୍ଡିତ ସ୍ବାଭିମାନୀ ବ୍ୟକ୍ତିତ୍ବ। ସେ ଏକାଧାରରେ ଥିଲେ ଆଧୁନିକ ଓଡ଼ିଶାର ବିଶ୍ବକର୍ମା, ଜାତୀୟତା ମନ୍ତ୍ରର ଉଦଘୋଷକ, ମହାନ ସ୍ବାଧୀନତା ସଂଗ୍ରାମୀ, ଦୁଃସାହସୀ ବୈମାନିକ, ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ, ଲୋକପ୍ରିୟ ଜନନାୟକ ବୋଲି ନିଜ ବକ୍ତବ୍ୟରେ କହିଥିଲେ ଶ୍ରୀ ବେହେରା।

ମୁଖ୍ୟ ଅତିଥି ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ କହିଥିଲେ ଯେ, ବିଜୁବାବୁ ସବୁବେଳେ ଓଡ଼ିଶା ଓ ଓଡ଼ିଆଙ୍କ କଥା ଚିନ୍ତା କରୁଥିଲେ। ମୁଖ୍ୟତଃ ଗ୍ରାମାଞ୍ଚଳ ବିକାଶ ଏବଂ ନାରୀ ଶିକ୍ଷା ଓ ସଶକ୍ତୀକରଣ ଉପରେ ସେ ଗୁରୁତ୍ବ ଦେଇ ଆସୁଥିଲେ। ମହିଳାମାନେ ସଶକ୍ତ ଓ ଆତ୍ମନିର୍ଭରଶୀଳ ହୋଇ ପାରିଲେ ପରିବାରର ସର୍ବାଧିକ ସମସ୍ୟା ସମାଧାନ ହୋଇପାରିବ ବୋଲି ବିଜୁବାବୁ ବିଶ୍ବାସ କରୁଥିଲେ। ତାଙ୍କ ଶାସନ କାଳରେ ବାଳିକା ବିଦ୍ୟାଳୟରୁ ଆରମ୍ଭ କରି ମହିଳା ମହାବିଦ୍ୟାଳୟ ଓ ଜନଜାତି ବାଳିକାଙ୍କ ପାଇଁ ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିଥିଲେ ସେ। ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତ କରାଇବା ପାଇଁ ବିଜୁବାବୁ ସର୍ବଦା ଗୁରୁତ୍ବାରୋପ କରୁଥିଲେ।

ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ତଥା ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ କହିଥିଲେ ଯେ, ବିଜୁବାବୁ ଥିଲେ କଳିଙ୍ଗର ପ୍ରବାଦ ପୁରୁଷ। ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ଓ ସାମ୍ବାଦିକ କେ. ସତ୍ୟ ନାରାୟଣ ରେଡ୍ଡୀ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ଆହ୍ବାନ ଜଣାଇଥିଲେ। ଆକାଶବାଣୀ ବ୍ରହ୍ମପୁରର ସାମୟିକ ଉଦଘୋଷକ ଅରୁଣ କୁମାର ଶତପଥୀ ସଭାରେ ଅଧ୍ୟକ୍ଷତା କରି ବିଜୁବାବୁ କିଭଳି ଓଡ଼ିଶାରେ ପଞ୍ଚାୟତିରାଜ ବ୍ଯବସ୍ଥାର ସୁଦୃଢୀକରଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ ତାହା ବର୍ଣ୍ଣନା କରିଥିଲେ।

#Odia#Odisha#News
Share Article:

Related Articles