News Room Odisha
BREAKING
Odia

ସ୍ଵନାମଧନ୍ୟ ଶଲ୍ୟ ଚିକିତ୍ସକ ସତ୍ୟବ୍ରତ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ଵର- ଓଡ଼ିଶାର ସ୍ଵନାମଧନ୍ୟ ଶଲ୍ୟ ଚିକିତ୍ସକ ଡ଼ାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ଭୁବନେଶ୍ଵର ସ୍ଥିତ ଧର୍ମବିହାର ବାସଭବନରେ ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ଯୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସ୍ଵର୍ଗତ ମହାପାତ୍ର ଜଣେ ଛାତ୍ର ନେତା ଭାବେ ବେଶ ପରିଚିତ ଥିଲେ । ସ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନ୍ଦୋଳନର କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଦାୟିତ୍ଵରେ ଥିବା ବେଳେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି ସରକାର ଘୋଷଣା ନ କଲେ ଆତ୍ମଦାହ କରିବାକୁ ଚେତାବନୀ ଦେଇଥିଲେ। ଫଳରେ [...]

Admin•March 4, 2024
Share Article:

ଭୁବନେଶ୍ଵର- ଓଡ଼ିଶାର ସ୍ଵନାମଧନ୍ୟ ଶଲ୍ୟ ଚିକିତ୍ସକ ଡ଼ାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ଭୁବନେଶ୍ଵର ସ୍ଥିତ ଧର୍ମବିହାର ବାସଭବନରେ ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ଯୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।

ସ୍ଵର୍ଗତ ମହାପାତ୍ର ଜଣେ ଛାତ୍ର ନେତା ଭାବେ ବେଶ ପରିଚିତ ଥିଲେ । ସ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନ୍ଦୋଳନର କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଦାୟିତ୍ଵରେ ଥିବା ବେଳେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି ସରକାର ଘୋଷଣା ନ କଲେ ଆତ୍ମଦାହ କରିବାକୁ ଚେତାବନୀ ଦେଇଥିଲେ। ଫଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ ।

ସେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ର ଛାତ୍ର ଥିବା ସହ ମେଡିକାଲ କଲେଜ ଛାତ୍ର ସଂସଦର ସଭାପତି ମଧ୍ୟ ରହିଥିଲେ । ଡାକ୍ତର ରୂପେ ଆସିକା, ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲ, ଛତ୍ରପୁର ଓ ଖୋର୍ଦ୍ଧା ହସ୍ପିଟାଲରେ ସାଧାରଣ ଲୋକ ତଥା ଗରିବ ଲୋକଙ୍କ ଅତିପ୍ରିୟ ଡ଼ାକ୍ତର ରୂପେ ସୁଖ୍ୟାତି ଅର୍ଜନ କରିଥିଲେ। ସେ ହଜାର ହଜାର ରୋଗୀଙ୍କ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ଚିକିତ୍ସା ବାବଦରେ କେବେ ବି ରୋଗୀଙ୍କ ଠାରୁ ଅର୍ଥ ନେଉନଥିଲେ।

ସମାଜବାଦୀ ଆଦର୍ଶରେ ଭାରତ ବର୍ଷର ବିଶିଷ୍ଟ ସମାଜବାଦୀ ନେତା ରାମ ମନୋହର ଲୋହିଆ, ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଏକ ସରଳ ଓ ସଚ୍ଚୋଟ ଜୀବନ ବିତାଉଥିଲେ। କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଵର୍ଗତ ମହାପାତ୍ର ଝାଡଖଣ୍ଡ ରାଜ୍ୟର ସ୍ଵାସ୍ଥ୍ୟ ପରାମର୍ଶଦାତା ଭାବେ ମନୋନୀତ ହୋଇ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ତାଙ୍କ ଉଦ୍ୟମ ଯୋଗୁଁ ଡ଼ାକ୍ତରମାନଙ୍କୁ ଘରୋଇ ଚିକିତ୍ସା ନିମନ୍ତେ ବାରଣ କରାଯାଇଥିଲା, ଯାହା ଏକ ଐତିହାସିକ ପଦକ୍ଷେପ ଥିଲା ।

ସତ୍ୟବ୍ରତ ମହାପାତ୍ର ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଶେଷଶଯ୍ୟା ନିକଟରେ ଧର୍ମପତ୍ନୀ ଡ଼ା. ଉଷା ଦାଶ, ଦୁଇ ପୁତ୍ର ବିଶ୍ଵରଂଜନ, ପ୍ରିୟରଂଜନ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ । ପୁରୀ ସ୍ଵର୍ଗଦ୍ଵାର ଠାରେ ସୋମବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

#Odia#Odisha#News
Share Article:

Related Articles