News Room Odisha
BREAKING
Odia

ପୋଲସରା: କୁନି ଝିଅକୁ ମାରି ମାଆର ଆତ୍ମହତ୍ୟା !

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ପଞ୍ଚାୟତ ଅଧୀନ ସାନବରଗାଁରେ ଗୁରୁବାର ଅପରାହ୍ନରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଦାମ୍ପତ୍ୟ କଳହରୁ କୁନି ଝିଅକୁ ମାରି ମାଆ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି। ମୃତକ ହେଲେ ମାଣିକ ଗୌଡ଼ ଓ ତାଙ୍କ ନାବାଳିକା କନ୍ୟା ସନ୍ତାନ ଗେଲି। ଦୁହିଁଙ୍କ ମରଶରୀର ଶୋଇବା ଘର ଚଟାଣରେ ଏକ ସପ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ ଠାରୁ ଖବର [...]

Admin•March 7, 2024
Share Article:

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ପଞ୍ଚାୟତ ଅଧୀନ ସାନବରଗାଁରେ ଗୁରୁବାର ଅପରାହ୍ନରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଦାମ୍ପତ୍ୟ କଳହରୁ କୁନି ଝିଅକୁ ମାରି ମାଆ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି। ମୃତକ ହେଲେ ମାଣିକ ଗୌଡ଼ ଓ ତାଙ୍କ ନାବାଳିକା କନ୍ୟା ସନ୍ତାନ ଗେଲି। ଦୁହିଁଙ୍କ ମରଶରୀର ଶୋଇବା ଘର ଚଟାଣରେ ଏକ ସପ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲସରା ଥାନା ଆଇଆଇସି କୌଶିକ ମାଝୀ ସଦଳବଳ ଗାଁରେ ପହଞ୍ଚିଛନ୍ତି। ତଦନ୍ତ ପରେ ବାସ୍ତବ ତଥ୍ୟ ଜଣାପଡ଼ିବ ବୋଲି କହିଛି ପୋଲିସ।

#Odia#Odisha#News
Share Article:

Related Articles