News Room Odisha
BREAKING
Odia

ଘରୋଇ ଗ୍ୟାସ ସିଲିଣ୍ଡର ୧୦୦ ଟଙ୍କା କମିଲା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଘରୋଇ ଗ୍ୟାସ ସିଲିଣ୍ଡର ଦର (୧୪.୨ କିଲୋଗ୍ରାମ) ୧୦୦ ଟଙ୍କା କମାଇବା ପାଇଁ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଦିଲ୍ଲୀରେ ଘରୋଇ ଏଲପିଜି ମୂଲ୍ୟ ବର୍ତ୍ତମାନ ୯୦୩ ରୁ ୮୦୩ ଟଙ୍କା ହୋଇଛି ‌ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଏହା ଦ୍ବାରା ନାରୀ ଶକ୍ତିର ଜୀବନ ସହଜ ହେବା ସହ କୋଟି କୋଟି ପରିବାରର ଆର୍ଥିକ ବୋଝ କମିବ [...]

Admin•March 8, 2024
Share Article:

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଘରୋଇ ଗ୍ୟାସ ସିଲିଣ୍ଡର ଦର (୧୪.୨ କିଲୋଗ୍ରାମ) ୧୦୦ ଟଙ୍କା କମାଇବା ପାଇଁ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଦିଲ୍ଲୀରେ ଘରୋଇ ଏଲପିଜି ମୂଲ୍ୟ ବର୍ତ୍ତମାନ ୯୦୩ ରୁ ୮୦୩ ଟଙ୍କା ହୋଇଛି ‌

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଏହା ଦ୍ବାରା ନାରୀ ଶକ୍ତିର ଜୀବନ ସହଜ ହେବା ସହ କୋଟି କୋଟି ପରିବାରର ଆର୍ଥିକ ବୋଝ କମିବ । ଏହି ପଦକ୍ଷେପ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ |

#Odia#Odisha#News
Share Article:

Related Articles