News Room Odisha
BREAKING
Odia

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏକ ବୈଠକରେ କାର୍ଯ୍ୟାଳୟର ସମସ୍ତ ମହିଳା କର୍ମଚାରୀଙ୍କୁ ‘ ବୃକ୍ଷଚାଇ ’ ଦିଆଯାଇ ସମ୍ମାନିତ କରାଯାଇଥିଲା । ମହିଳା ଦିବସ – ୨୦୨୪ ପାଇଁ ରହିଥ‌ିବା ଥିମ୍ ” ଇନଭେଷ୍ଟ ଇନ୍ ଓମ୍ୟାନ : ଏକସେଲରେଟ୍ ପ୍ରୋଗ୍ରେସ ” ଉପରେ ନିଜ ନିଜର ବକ୍ତବ୍ୟ ରଖିବା ପାଇଁ ସମସ୍ତ [...]

Admin•March 8, 2024
Share Article:

ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏକ ବୈଠକରେ କାର୍ଯ୍ୟାଳୟର ସମସ୍ତ ମହିଳା କର୍ମଚାରୀଙ୍କୁ ‘ ବୃକ୍ଷଚାଇ ’ ଦିଆଯାଇ ସମ୍ମାନିତ କରାଯାଇଥିଲା । ମହିଳା ଦିବସ – ୨୦୨୪ ପାଇଁ ରହିଥ‌ିବା ଥିମ୍ ” ଇନଭେଷ୍ଟ ଇନ୍ ଓମ୍ୟାନ : ଏକସେଲରେଟ୍ ପ୍ରୋଗ୍ରେସ ” ଉପରେ ନିଜ ନିଜର ବକ୍ତବ୍ୟ ରଖିବା ପାଇଁ ସମସ୍ତ ମହିଳା କର୍ମଚାରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେରିତ କରିଥିଲେ । ଏହା ସହ ଦେଶ ଗଠନରେ ମହିଳାମାନଙ୍କ ଭୂମିକା , ନିର୍ବାଚନ ପର୍ବରେ ମହିଳା ଭୋଟରଙ୍କ ପାଇଁ କରାଯାଉଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ଉପରେ ଆଲୋଚନା କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସୁଚାରୁ ରୂପେ ନିଜ ନିଜର ଦାୟିତ୍ଵ ନିର୍ବାହ କରୁଥିବାରୁ ସମସ୍ତ ମହିଳା କର୍ମଚାରୀଙ୍କୁ ନିକୁଞ୍ଜ ବିହାରୀଧଳ ନିଜ ତରଫରୁ ଏବଂ ଅନୁଷ୍ଠାନ ତରଫରୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍ . ତିରୁମାଲା ନାଏକ , ଶତ୍ରୁଘ୍ନ କର ଓ ମିହିର ମହାନ୍ତି ମଧ୍ୟ ଯୋଗଦେଇ ମ ହିଳା କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ ।

#Odia#Odisha#News
Share Article:

Related Articles