News Room Odisha
BREAKING
Odia

ତୁମୁଡ଼ିବନ୍ଧ: ଟ୍ରାକ୍ଟର ଓଲଟି ୧୫ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବେଲଘର- ଝିରିପାଣି ରାସ୍ତାରେ ଶନିବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଓଲଟି ପ୍ରାୟ ୧୫ ଜଣ ପୁରୁଷ ଓ ମହିଳା ଗୁରୁତର ହୋଇଛନ୍ତି। ଆଉ ୧୫ ଜଣ ମଧ୍ୟ ଊଣାଅଧିକେ ଆହତ ହୋଇଛନ୍ତି। ଝିରିପାଣି ଅଞ୍ଚଳର ପ୍ରାୟ ୩୦ରୁ ଅଧିକ ଭକ୍ତ ମହାଶିବରାତ୍ର ଦର୍ଶନ ସକାଶେ ବେଲଘରର ପ୍ରସିଦ୍ଧ ଶୈବପୀଠକୁ ଶୁକ୍ରବାର ରାତିରେ ଆସିଥିଲେ। ଆଜି ସକାଳେ ସେମାନେ ଝିରିପାଣିକୁ ଏକ ଟ୍ରାକ୍ଟର ଯୋଗେ ଫେରୁଥିବା ବେଳେ [...]

Admin•March 9, 2024
Share Article:

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବେଲଘର- ଝିରିପାଣି ରାସ୍ତାରେ ଶନିବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଓଲଟି ପ୍ରାୟ ୧୫ ଜଣ ପୁରୁଷ ଓ ମହିଳା ଗୁରୁତର ହୋଇଛନ୍ତି। ଆଉ ୧୫ ଜଣ ମଧ୍ୟ ଊଣାଅଧିକେ ଆହତ ହୋଇଛନ୍ତି। ଝିରିପାଣି ଅଞ୍ଚଳର ପ୍ରାୟ ୩୦ରୁ ଅଧିକ ଭକ୍ତ ମହାଶିବରାତ୍ର ଦର୍ଶନ ସକାଶେ ବେଲଘରର ପ୍ରସିଦ୍ଧ ଶୈବପୀଠକୁ ଶୁକ୍ରବାର ରାତିରେ ଆସିଥିଲେ। ଆଜି ସକାଳେ ସେମାନେ ଝିରିପାଣିକୁ ଏକ ଟ୍ରାକ୍ଟର ଯୋଗେ ଫେରୁଥିବା ବେଳେ ଘାଟି ରାସ୍ତାରେ ବ୍ରେକ୍ ଫେଲ୍ ହୋଇଯିବାରୁ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା। ତେବେ ଗାର୍ଡ ଓ୍ବାଲ୍ ସହ ଧକ୍କା ହୋଇ ଟ୍ରାକ୍ଟର ଘାଟି ତଳକୁ ଖସି ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ନଚେତ୍ ଅନେକ ଶ୍ରଦ୍ଧାଳୁଙ୍କ ଜୀବନ ଯିବାର ଆଶଙ୍କା ରହିଥିଲା। ତଥାପି ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରୁ ଖସି ପଡି ଓ ତାହା ତଳେ ଚାପି ହୋଇ ପ୍ରାୟ ୧୫ ଜଣ ଯାତ୍ରୀ ତଥା ଭକ୍ତ ବିଶେଷକରି ଅଧିକ ମହିଳା ଗୁରୁତର ହୋଇଛନ୍ତି। ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବେଲଘର ଓ ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ବାଲିଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଠାରେ ମୁତୟନ ପୋଲିସ ବାହିନୀ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନମାନେ ତତ୍ପରତା ସହ ଦୁର୍ଘଟଣା ପୀଡ଼ିତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

#Odia#Odisha#News
Share Article:

Related Articles