ବେଙ୍ଗାଲୁରୁ କାଫେ ବିସ୍ଫୋରଣ: ଅଭିଯୁକ୍ତର ନୂଆ ଫଟୋ ଜାରି କଲା ଏନ୍ଆଇଏ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ବିସ୍ଫୋରଣ ଅଭିଯୁକ୍ତର ନୂଆ ଫଟୋ ଜାରି କରିଛି ଏନ୍ଆଇଏ । ମାର୍ଚ୍ଚ ୧ରେ ଘଟିଥିବା ଏହି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ । ଏନଆଇଏ ମାର୍ଚ୍ଚ ୩ରେ ଏହି ମାମଲାର ତଦନ୍ତ ହାତକୁ ନେଇଥିଲା। ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଏନଆଇଏ ଲୋକଙ୍କ ସାହାଯ୍ୟ ଲୋଡିଛି। ରମେଶ୍ୱରମ୍ କାଫେ ବିସ୍ଫୋରଣର ପ୍ରାୟ ଏକ ଘଣ୍ଟା ପରେ ମୁଖ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ଏକ ବସ୍ରେ ଚଢୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି [...]
ବେଙ୍ଗାଲୁରୁ: ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ବିସ୍ଫୋରଣ ଅଭିଯୁକ୍ତର ନୂଆ ଫଟୋ ଜାରି କରିଛି ଏନ୍ଆଇଏ । ମାର୍ଚ୍ଚ ୧ରେ ଘଟିଥିବା ଏହି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ । ଏନଆଇଏ ମାର୍ଚ୍ଚ ୩ରେ ଏହି ମାମଲାର ତଦନ୍ତ ହାତକୁ ନେଇଥିଲା। ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଏନଆଇଏ ଲୋକଙ୍କ ସାହାଯ୍ୟ ଲୋଡିଛି।
ରମେଶ୍ୱରମ୍ କାଫେ ବିସ୍ଫୋରଣର ପ୍ରାୟ ଏକ ଘଣ୍ଟା ପରେ ମୁଖ୍ୟ ସନ୍ଦିଗ୍ଧ ଅଭିଯୁକ୍ତ ଏକ ବସ୍ରେ ଚଢୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି । ଭିଡିଓର ଟାଇମଷ୍ଟ୍ୟାମ୍ପରେ ତାରିଖ ଓ ସମୟ ମାର୍ଚ୍ଚ ୧, ଅପରାହ୍ନ ୨.୦୩ ବୋଲି ସ୍ପଷ୍ଟ ଦେଖାଯାଉଛି । ରାମେଶ୍ଵରମ କାଫେରେ ମଧ୍ୟାହ୍ନ ୧୨.୫୬ରେ ବିସ୍ଫୋରଣ ଘଟିଥିଲା । ଟି-ସାର୍ଟ, କ୍ୟାପ୍ ଏବଂ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବୋମା ଭର୍ତ୍ତି ବ୍ୟାଗ କାଫେରେ ରଖି ପଳାଇଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା ।
ସେହି ଦିନ (ମାର୍ଚ୍ଚ ୧) ରାତି ପ୍ରାୟ ୯ଟା ବେଳେ ଅନ୍ୟ ଏକ ସିସିଟିଭି ଫୁଟେଜରେ ଅଭିଯୁକ୍ତ ଜଣକ ଏକ ବସଷ୍ଟାଣ୍ଡ ଭିତରେ ବୁଲୁଥିବା ସିସିଟିଭି ଫୁଟେଜରେ ଦେଖାଯାଇଥିଲା। ସନ୍ଦିଗ୍ଧ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ପୁରସ୍କାର ଘୋଷଣା କରିସାରିଛି ଏନଆଇଏ ।
ଘଟଣାର ତଦନ୍ତରେ ଏନଆଇଏକୁ ବେଙ୍ଗାଲୁରୁ ପୋଲିସର କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ସହଯୋଗ କରୁଛି। ଏହି ମାମଲାରେ ବଲାରୀ ଜିଲ୍ଲାର କୌଲ ବଜାରର ଜଣେ ଲୁଗା ବ୍ୟବସାୟୀ ଓ ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହ ଜଡ଼ିତ ଜଣେ କ୍ୟାଡରଙ୍କୁ ଅଟକ ରଖାଯାଇଛି ।
ମାମଲାର ତଦନ୍ତ କରୁଥିବା ଟିମ୍ ଅନୁଯାୟୀ, ଘଟଣା ପରେ ସନ୍ଦିଗ୍ଧ ବ୍ୟକ୍ତି ନିଜର ପୋଷାକ ବଦଳାଇ ତୁମାକୁରୁ, ବଲାରୀ, ବିଦର ଏବଂ ଭଟକଲ ସହ ବିଭିନ୍ନ ସ୍ଥାନକୁ ବସ୍ ଯୋଗେ ଯାଇଥିଲା। ପରିଚୟ ଏଡାଇବା ପାଇଁ ସନ୍ଦିଗ୍ଧ ବ୍ୟକ୍ତି ବାରମ୍ବାର ନିଜ ରୂପ ଓ ପୋଷାକ ବଦଳାଇଥିଲା ।
ଅନ୍ୟପକ୍ଷରେ ବିସ୍ଫୋରଣର ୮ ଦିନ ପରେ ରାମେଶ୍ୱରମ୍ କାଫେ ଶନିବାର (ମାର୍ଚ୍ଚ ୯) ଠାରୁ କଡ଼ା ସୁରକ୍ଷା ସହିତ ଖୋଲିଛି | ପୂର୍ବ ଅପେକ୍ଷା ସୁରକ୍ଷା ବ୍ୟବସ୍ଥା ସୁଦୃଢ କରାଯାଇଛି। କାଫେର ପ୍ରବେଶ ପଥରେ ମେଟାଲ୍ ଡିଟେକ୍ଟର୍ ଲଗାଯାଇଛି। ଗ୍ରାହକଙ୍କ ସ୍କ୍ରିନିଂ ମଧ୍ୟ କରାଯାଉଛି।
ଏନଡିଏକୁ ୬ ବର୍ଷ ପରେ ଫେରିବ ଟିଡିପି
Next Article୨୦୦୦ କୋଟିର ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଫିଲ୍ମ ପ୍ରଡ୍ୟୁସର ଗିରଫ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
