News Room Odisha
BREAKING
Odia

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଷା ଆମ ଗୌରବ, ଆମ ବୈଭବ। ଭାଷା ଆମ ପରିଚୟକୁ କରିଛି ସମୃଦ୍ଧ। ଆମ ଭାଷାର ଗରିମା ଅକ୍ଷୁର୍ଣ୍ଣ ରଖି ମର୍ଯ୍ୟାଦା ସ୍ୱରୂପ ଆଜି ଆମେ ପାଳନ କରୁଛେ ‘ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ’। ଏହା ପଛରେ ଥିବା ମହାପୁରୁଷମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଆ ଭାଷାର ବହୁଳ [...]

Admin•March 11, 2024
Share Article:

ଭୁବନେଶ୍ୱର – ଆଜି ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭାଷା ଆମ ଗୌରବ, ଆମ ବୈଭବ। ଭାଷା ଆମ ପରିଚୟକୁ କରିଛି ସମୃଦ୍ଧ। ଆମ ଭାଷାର ଗରିମା ଅକ୍ଷୁର୍ଣ୍ଣ ରଖି ମର୍ଯ୍ୟାଦା ସ୍ୱରୂପ ଆଜି ଆମେ ପାଳନ କରୁଛେ ‘ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ’। ଏହା ପଛରେ ଥିବା ମହାପୁରୁଷମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଆ ଭାଷାର ବହୁଳ ବ୍ୟବହାର ଦିଗରେ ଯତ୍ନବାନ ହେବା ସହ ଆମ ଭାଷା ଅସ୍ମିତାକୁ ସମୃଦ୍ଧ କରି ‘ନୂଆ ଓଡ଼ିଶା’ ଗଢ଼ିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

#Odia#Odisha#News
Share Article:

Related Articles