News Room Odisha
BREAKING
Odia

ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ପ୍ରସ୍ତୁତି ବୈଠକ

ଛତ୍ରପୁର: ମାର୍ଚ୍ଚ ୨୬, ଏପ୍ରିଲ ମାସ ୨, ୯, ୧୬ ଓ ୨୩ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହେବ। ଏହି ଚୈତ୍ର ପର୍ବ ସମୟରେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାକୁ ଥିବା ହଜାର ହଜାର ଭକ୍ତ ଯେପରି ଶାନ୍ତିଶୃଙ୍ଖଳାର ସହିତ ସୁବିଧାରେ ଦେବୀଙ୍କ ଦର୍ଶନ ଓ ପୂଜା ସହ ଛୋଟ ଛୁଆଙ୍କ ମୁଣ୍ଡନ କରିପାରିବେ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର [...]

Admin•March 11, 2024
Share Article:

ଛତ୍ରପୁର: ମାର୍ଚ୍ଚ ୨୬, ଏପ୍ରିଲ ମାସ ୨, ୯, ୧୬ ଓ ୨୩ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହେବ। ଏହି ଚୈତ୍ର ପର୍ବ ସମୟରେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାକୁ ଥିବା ହଜାର ହଜାର ଭକ୍ତ ଯେପରି ଶାନ୍ତିଶୃଙ୍ଖଳାର ସହିତ ସୁବିଧାରେ ଦେବୀଙ୍କ ଦର୍ଶନ ଓ ପୂଜା ସହ ଛୋଟ ଛୁଆଙ୍କ ମୁଣ୍ଡନ କରିପାରିବେ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର ହେଇ ଉଠିଛି। ଏଥିସକାଶେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍ ସଦଭାବନା ସମ୍ମିଳନୀ କକ୍ଷରେ ସୋମବାର ଦିନ ଏକ ବୈଠକ ହୋଇଥିଲା। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଯେ, ଚଳିତ ବର୍ଷ ମା’ ତାରାତାରିଣୀଙ୍କ ଦର୍ଶନ ନିମନ୍ତେ ବହୁ ସଂଖ୍ୟାରେ ଭକ୍ତ ତଥା ମାନସିକଧାରୀ ଆସିବେ। ପ୍ରବଳ ଜନଗହଳିକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ , ମୁଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା କରିବା ସକାଶେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ସମସ୍ତଙ୍କୁ ସ୍ବାଗତ ଜଣାଇ ଚୈତ୍ର ପର୍ବ ଆୟୋଜନ ସକାଶେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ମନ୍ଦିରର ସାଜସଜ୍ଜା, ତୋରଣ ନିର୍ମାଣ, ଦୈନିକ ପୂଜା ବିଧି, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ବ୍ୟବସ୍ଥା ବାବଦରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ମୁଣ୍ଡନ ସକାଶେ ସମୁଦାୟ ୬ ଗୋଟି ସ୍ଥାନ କରାଯିବ। ନଦୀ କୂଳରେ ଭକ୍ତଗଣ କିଭଳି ସୁବିଧାରେ ଗାଧୋଇବା ସହିତ ଜଳ ଉଠାଇପାରିବେ ସେଥି ସକାଶେ ସୁବ୍ୟବସ୍ଥା ସାଙ୍ଗକୁ ଆଲୋକୀକରଣ କରାଯିବ। ମନ୍ଦିର ପରିସରରେ ମାଙ୍କଡମାନଙ୍କ ଉପଦ୍ରବ ରୋକିବା ସହ ଅବିରତ ସେମାନଙ୍କ ମଳ ପରିଷ୍କାର କରିବାକୁ କୁହାଯାଇଛି। ଚଳିତ ବର୍ଷ ତିନି ଗୋଟି ସ୍ଥାନରେ ଯାନବାହନ ରଖିବା ସକାଶେ ପାର୍କିଂ ବ୍ୟବସ୍ଥା କରାଯିବ। ଅସ୍ଥାୟୀ ପରିସ୍ରାଗାର ନିର୍ମାଣ ସହିତ ନବନିର୍ମିତ ସ୍ଥାୟୀ ଶୌଚାଳୟ ଗୁଡିକ ଜନସାଧାରଣ ବ୍ୟବହାର କରିପାରିବେ। ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ଯାତାୟତ ନିମନ୍ତେ ଚଳିତ ବର୍ଷ ୨୦ରୁ ୨୫ ଗୋଟି ଗୋଟି ବସ୍ ବ୍ୟବସ୍ଥା କରାଯିବ ଯେଉଁଥିରେ ଶ୍ରଦ୍ଧାଳୁ ପାହାଡ଼ ପାଦଦେଶରୁ ଶିଖରରେ ଥିବା ମନ୍ଦିରକୁ ଯାଇପାରିବେ। ଖାଦ୍ୟର ମାନ ଯାଞ୍ଚ, ସଫେଇ କାର୍ଯ୍ୟ ପ୍ରତି ଗୁରୁତ୍ୱ ସହ ପାର୍କିଂ ଦରକୁ ସିମୀତ ରଖାଯିବ। ମନ୍ଦିର କଡରେ ବ୍ୟାରିକେଡ୍ କରାଯିବ। ଚଳିତ ବର୍ଷ ନୂତନ ବ୍ରିଜ ନିର୍ମାଣ ହୋଇଥିବା ହେତୁ ତାହାକୁ ଆଖି ଆଗରେ ରଖି ଟ୍ରାଫିକ ବ୍ୟବସ୍ଥା କରାଯିବ। ଅଗ୍ନିଶମ ନିର୍ବାପକ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସମେତ ଚଳିତ ବର୍ଷ ପ୍ରବଳ ଗରମ ହେବା ସମ୍ଭାବନା ଥିବା ହେତୁ ଅଂଶୁଘାତ ଚିକିତ୍ସା ସକାଶେ ନିକଟସ୍ଥ ଚିକିତ୍ସାଳୟରେ ପୂର୍ବ ପ୍ରସ୍ତୁତି କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ପ୍ରଶାସନ ଓ ପୁରୁଷୋତ୍ତମପୁର ବ୍ଲକର ବହୁ ବରିଷ୍ଠ ଅଧିକାରୀ, ମନ୍ଦିର ଟ୍ରଷ୍ଟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ବରିଷ୍ଠ ସେବାୟତ ବାପୁଜୀ ରଣା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ ।

#Odia#Odisha#News
Share Article:

Related Articles