News Room Odisha
BREAKING
Odia

ବ୍ରହ୍ମପୁରରେ କେନ୍ଦ୍ରୀୟ ସୁରକ୍ଷା ବଳ ସହ ପୋଲିସ ଫ୍ଲାଗ ମାର୍ଚ୍ଚ

ବ୍ରହ୍ମପୁର: ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ସାରିବା ଦୃଷ୍ଟିରୁ ବ୍ରହ୍ମପୁରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ସୁରକ୍ଷା ବାହିନୀ। ବ୍ରହ୍ମପୁର ପୋଲିସ ଜିଲ୍ଲା ପାଇଁ ୧ କମ୍ପାନୀ ସଶସ୍ତ୍ର ବିଏସଏଫ୍। ଏମାନେ ନିର୍ବାଚନ ଦୃଷ୍ଟିରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ମୁତୟନ ହେବେ। ତା ସହ ପଇଁତରା ମାରିବା, ଭୋଟ ଗ୍ରହଣ କେନ୍ଦ୍ର ଓ ଇଭିଏମ୍ ରଖିବା ସ୍ଥାନରେ ନିୟୋଜିତ ରହିବେ। ଆଜି ପ୍ରଥମ କରି ୩ ପ୍ଲାଟୁନ୍ ବିଏସଏଫ୍ ଯବାନ, ବ୍ରହ୍ମପୁର ପୋଲିସ ରିଜର୍ଭ ଯବାନ ଓ ବଡ଼ବଜାର [...]

Admin•March 12, 2024
Share Article:

ବ୍ରହ୍ମପୁର: ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ସାରିବା ଦୃଷ୍ଟିରୁ ବ୍ରହ୍ମପୁରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ସୁରକ୍ଷା ବାହିନୀ। ବ୍ରହ୍ମପୁର ପୋଲିସ ଜିଲ୍ଲା ପାଇଁ ୧ କମ୍ପାନୀ ସଶସ୍ତ୍ର ବିଏସଏଫ୍। ଏମାନେ ନିର୍ବାଚନ ଦୃଷ୍ଟିରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ମୁତୟନ ହେବେ। ତା ସହ ପଇଁତରା ମାରିବା, ଭୋଟ ଗ୍ରହଣ କେନ୍ଦ୍ର ଓ ଇଭିଏମ୍ ରଖିବା ସ୍ଥାନରେ ନିୟୋଜିତ ରହିବେ। ଆଜି ପ୍ରଥମ କରି ୩ ପ୍ଲାଟୁନ୍ ବିଏସଏଫ୍ ଯବାନ, ବ୍ରହ୍ମପୁର ପୋଲିସ ରିଜର୍ଭ ଯବାନ ଓ ବଡ଼ବଜାର ଥାନା ପୋଲିସ ମିଳିତ ଭାବେ ସେହି ଥାନା ଇଲାକାରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି।

ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ଯେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ମଜବୁତ କରିବା ସହ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପାଇଁ ୧ କମ୍ପାନୀ ବିଏସଏଫ୍ ଅର୍ଥାତ୍ ପ୍ରାୟ ୧୦୦ ଜଣ ସଶସ୍ତ୍ର ଯବାନ ବ୍ରହ୍ମପୁରରେ ଆସି ପହଞ୍ଚିଛନ୍ତି। ସେମାନେ ସ୍ଥାନୀୟ ପୋଲିସ ସହ ମିଶି ବରିଷ୍ଠ ପୋଲିସ ଅଧିକାରୀଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରିବେ। ପ୍ରଥମେ ସହରର ସମସ୍ତ ଥାନା ଓ ପରେ ଗ୍ରାମାଞ୍ଚଳର ବିଭିନ୍ନ ଥାନା ଇଲାକାରେ ଫ୍ଲାଗ ମାର୍ଚ୍ଚ କରିବେ। ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହିତ ମୁକ୍ତ ଓ ଅବାଧ ଭାବେ ହୋଇପାରିବ ସେଥିପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମତଦାତାମାନେ ନିର୍ଭୟରେ ନିଜ ଭୋଟଦାନ ଅଧିକାର ସାବ୍ୟସ୍ତ କରନ୍ତୁ। ଭୟଭୀତ ହେବାର କୈାଣସି କାରଣ ନାହିଁ। କିଛି ବିଶୃଙ୍ଖଳା ହେଲେ ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରିବ ବୋଲି ବ୍ରହ୍ମପୁର ଏସପି ଆଶ୍ଵାସନା ଦେଇଛନ୍ତି।

#Odia#Odisha#News
Share Article:

Related Articles