News Room Odisha
BREAKING
Odia

ନିର୍ବାଚନ କମିଶନର ନିଯୁକ୍ତି ମାମଲା: ମାର୍ଚ୍ଚ ୧୫ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କ ନିଯୁକ୍ତି ସଂକ୍ରାନ୍ତ ନୂଆ ଆଇନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ମାର୍ଚ୍ଚ ୧୫ରେ କରିବେ ସୁପ୍ରିମକୋର୍ଟ । ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ତରଫରୁ ହୋଇଥିବା ଆବେଦନରେ ନୂଆ ଆଇନ ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ରୋକିବାକୁ ଦାବି ହୋଇଛି । ସୁପ୍ରିମକୋର୍ଟର ସମ୍ବିଧାନ ପୀଠର ରାୟ ମୁତାବକ ନିର୍ବାଚନ କମିଶନ ସଦସ୍ୟଙ୍କ ନିଯୁକ୍ତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏଥିରେ ଅନୁରୋଧ କରାଯାଇଛି। ବର୍ତ୍ତମାନ [...]

Admin•March 13, 2024
Share Article:

ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କ ନିଯୁକ୍ତି ସଂକ୍ରାନ୍ତ ନୂଆ ଆଇନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ମାର୍ଚ୍ଚ ୧୫ରେ କରିବେ ସୁପ୍ରିମକୋର୍ଟ । ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ତରଫରୁ ହୋଇଥିବା ଆବେଦନରେ ନୂଆ ଆଇନ ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ରୋକିବାକୁ ଦାବି ହୋଇଛି । ସୁପ୍ରିମକୋର୍ଟର ସମ୍ବିଧାନ ପୀଠର ରାୟ ମୁତାବକ ନିର୍ବାଚନ କମିଶନ ସଦସ୍ୟଙ୍କ ନିଯୁକ୍ତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏଥିରେ ଅନୁରୋଧ କରାଯାଇଛି।

ବର୍ତ୍ତମାନ ତିନିଜଣିଆ ନିର୍ବାଚନ କମିଶନରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି। ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଫେବୃଆରୀରେ ଅବସର ନେଇଥିଲେ। ଦ୍ୱିତୀୟ ନିର୍ବାଚନ କମିଶନର ଅରୁଣ ଗୋଏଲ ମାର୍ଚ୍ଚ ୮ ସକାଳେ ଅଚାନକ ନିଜ ପଦରୁ ଇସ୍ତଫା ଦେଇଥିଲେ। ମାର୍ଚ୍ଚ ୯ରେ ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଥିଲେ।

ସିଇସି ଓ ଇସି ନିଯୁକ୍ତି ପାଇଁ ସରକାର ୨୯ ଡିସେମ୍ବର ୨୦୨୩ରେ ନୂଆ ଆଇନ ଆଣିଥିଲେ | ଏହି ଆଇନ ଅନୁଯାୟୀ ସିଇସି ଓ ଇସିଙ୍କୁ ନିଯୁକ୍ତ କରୁଥିବା ପ୍ୟାନେଲରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି । ନୂଆ ଆଇନ ଅନୁଯାୟୀ ଏଣିକି ପ୍ରଧାନମନ୍ତ୍ରୀ ଓ ତାଙ୍କ ଦ୍ବାରା ମନୋନୀତ ଜଣେ କେନ୍ଦ୍ର ମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାଙ୍କୁ ନେଇ ତିନି ଜଣିଆ କମିଟି ନିର୍ବାଚନ କମିଶନରଙ୍କ ନିଯୁକ୍ତି କରିବ ।

#Odia#Odisha#News
Share Article:

Related Articles