News Room Odisha
BREAKING
Odia

ଗଞ୍ଜାମରେ କ୍ରୀଡ଼ା ଭିତ୍ତିଭୂମିକୁ ମିଳିଲା ବଳ: ଆଉ ୭ ଇନଡୋର୍ ଷ୍ଟାଡିୟମ୍ ଉଦଘାଟିତ

ବ୍ରହ୍ମପୁର: ରାଜ୍ୟର ଯୁବଗୋଷ୍ଠୀ ବିଶେଷ କରି ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରତିଭାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କ୍ୟାମ୍ପସମାନଙ୍କରେ ନିକଟ ଅତୀତରେ ବଡ଼ ପରିମାଣରେ କ୍ରୀଡ଼ା, ସାଂସ୍କୃତିକ, ଭାଷା ସାହିତ୍ୟ ଏବଂ ପ୍ରତିଭା ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏବେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ସାମଗ୍ରୀକ ଭାବେ ଯୁବକ ଯୁବତୀଙ୍କ ସମେତ ସମାଜର ବିଭିନ୍ନ ବୟସ ବର୍ଗର କ୍ରୀଡ଼ା ଓ ଫିଟନେସ୍ ସମ୍ବନ୍ଧିତ ଆବଶ୍ୟକତା ପୂରଣ ସକାଶେ ସୁବ୍ୟବସ୍ଥା କରିଛନ୍ତି। ଏହି [...]

Admin•March 13, 2024
Share Article:

ବ୍ରହ୍ମପୁର: ରାଜ୍ୟର ଯୁବଗୋଷ୍ଠୀ ବିଶେଷ କରି ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରତିଭାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କ୍ୟାମ୍ପସମାନଙ୍କରେ ନିକଟ ଅତୀତରେ ବଡ଼ ପରିମାଣରେ କ୍ରୀଡ଼ା, ସାଂସ୍କୃତିକ, ଭାଷା ସାହିତ୍ୟ ଏବଂ ପ୍ରତିଭା ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏବେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ସାମଗ୍ରୀକ ଭାବେ ଯୁବକ ଯୁବତୀଙ୍କ ସମେତ ସମାଜର ବିଭିନ୍ନ ବୟସ ବର୍ଗର କ୍ରୀଡ଼ା ଓ ଫିଟନେସ୍ ସମ୍ବନ୍ଧିତ ଆବଶ୍ୟକତା ପୂରଣ ସକାଶେ ସୁବ୍ୟବସ୍ଥା କରିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ୧୧ଟି ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର୍ ଷ୍ଟାଡିୟମ୍ ଉଦଘାଟନ କରିଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା, ସୋରଡ଼ା, କବିସୂର୍ଯ୍ୟନଗର, କୋଦଳା, ପୁରୁଷୋତ୍ତମପୁର ଓ ଗୋପାଳପୁର ସହରରେ ଇନଡୋର୍ ଷ୍ଟାଡିୟମ୍ ଉଦଘାଟିତ ହୋଇଛି।

ଭଞ୍ଜନଗର ସହରବାସୀଙ୍କ ପାଇଁ ଆଜି ଡବଲ୍ ଖୁସି ଖବର ଥିଲା। ଗୋଟିଏ ପଟେ ଦୀର୍ଘଦିନର ଦାବି ଓ ଆଶା ଆକାଂକ୍ଷା ପୂରଣ ହୋଇଛି। ଏହି ଏନ୍ଏସି ଏବେ ମ୍ୟୁନିସିପାଲିଟି ମାନ୍ୟତା ପାଇବ ବୋଲି ଘୋଷଣା କରାଯାଇଛି। ତେଣେ ସହରର କ୍ରୀଡ଼ାବିତଙ୍କ ସକାଶେ ଖୋଲିଛି ମଲ୍ଟି ପରପୋଜ୍ ଇନଡୋର୍ ଷ୍ଟାଡିୟମ୍। ସେହିପରି ଗୋପାଳପୁରରେ ଆଜି ଗୋଟିଏ ଦିନରେ ଥାନାର ନୂତନ କୋଠା ଓ ନୂଆ ବହୁମୁଖୀ ମଲ୍ଟି ପରପୋଜ୍ ଇନଡୋର୍ ଷ୍ଟାଡିୟମ୍ ଉଦଘାଟିତ ହୋଇଛି।

ପ୍ରକାଶ ଥାଉକି ଗତ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଦିଗପହଣ୍ଡି, ଚିକିଟି, ପୋଲସରା, ଖଲ୍ଲିକୋଟ, ବେଲଗୁଣ୍ଠା ଓ ବୁଗୁଡ଼ା ସହରରେ ଇନଡୋର୍ ଷ୍ଟାଡିୟମ୍ ଉଦଘାଟନ କରିଥିଲେ। ଫଳରେ ଏବେ ଜିଲ୍ଲାରେ ମୋଟ ୧୩ଟି ନୂଆ ଏଭଳି ଷ୍ଟାଡିୟମ୍ ଖୋଲିଛି। ଏଥିପୂର୍ବରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ହିଞ୍ଜିଳିକାଟୁ ସହରରେ ଅତ୍ୟାଧୁନିକ ଜାତୀୟ ସ୍ତରର ଇନଡୋର୍ ଷ୍ଟାଡିୟମ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ହୋଇଥିଲା। ଏଥିସହ ଜିଲ୍ଲାର ଅନେକ ସ୍ଥାନରେ ମିନି ଷ୍ଟାଡିୟମ୍ ମଧ୍ୟ ରହିଛି। ଏବେ ନୂଆ ଇନଡୋର୍ ଷ୍ଟାଡିୟମ୍ ଖେଳାଳି, ଆୟୋଜକ, କ୍ରୀଡ଼ାପ୍ରେମୀଙ୍କୁ ଭିତ୍ତିଭୂମିଜନିତ ଅଧିକ ସୁବିଧା ସୁଯୋଗ ଆଣିଦେଇଛି।

ସେହିପରି ଗତ ମାସ ୨୭ ତାରିଖରେ ବ୍ରହ୍ମପୁର ଷ୍ଟାଡିୟମ୍ ନବୀକରଣ ପରେ ସ୍ପୋର୍ଟସ କମ୍ପ୍ଲେକ୍ସ ଉଦଘାଟିତ ହୋଇଥିଲା। ଏହା ମଧ୍ୟରେ ମହାତ୍ମା ଗାନ୍ଧି କ୍ରିକେଟ୍ ଷ୍ଟାଡିୟମ୍, ଦେଶର ସର୍ବବୃହତ୍ ଭାରୋତ୍ତୋଳନ ଏକାଡେମୀ, ଉନ୍ନତ ଲନ୍ ଟେନିସ୍ କୋର୍ଟ ଓ ବାସ୍କେଟବଲ କୋର୍ଟ ସାଙ୍ଗକୁ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଦ୍ବିତୀୟ ଏବଂ ଜାତୀୟ ମାନର ସନ୍ତରଣାଗାର ସୁବିଧା ଉପଲବ୍ଧ। ଏହା ପୂର୍ବରୁ ଛତ୍ରପୁରରେ ପ୍ରଥମ ସ୍ବିମିଂ ପୁଲ୍ ଖୋଲିଥିଲା। ଏଥିସହ ବ୍ରହ୍ମପୁର ସ୍ପୋର୍ଟସ ଏରେନା ଖେଳାଳୀଙ୍କୁ ଉଭୟ ଇନଡୋର୍ ଏବଂ ଆଉଟଡୋର୍ ଖେଳ ସୁବିଧା ସୁଯୋଗ ପ୍ରଦାନ କରୁଛି। ମୋଟାମୋଟି ଭାବେ ଗଞ୍ଜାମ ଜିଲ୍ଲା ଏବେ ରାଜ୍ୟର ଅନ୍ୟତମ କ୍ରୀଡ଼ା ହବ୍ ଭାବେ ଉଭା ହେବାକୁ ଯାଉଛି।

#Odia#Odisha#News
Share Article:

Related Articles