ଓଡ଼ିଶା ଗସ୍ତରେ ରୁଆଣ୍ଡା ପ୍ରତିନିଧି ଦଳ : ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଓଡ଼ିଶାର ପାନୀୟ ଜଳ ଓ ପରିମଳ ସେବା ବ୍ୟବସ୍ଥା ସଂପର୍କରେ ଆଲୋଚନା
ଭୁବନେଶ୍ବର –ରୁଆଣ୍ଡା ସରକାରଙ୍କ ଏକ ୮ ଜଣିଆ ପ୍ରତିନିଧି ଦଳ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ରୁଆଣ୍ଡା ସରକାରଙ୍କ ଭିତ୍ତିଭୂମି ବିକାଶ ମନ୍ତ୍ରାଳୟ ବିଭାଗ , ଜଳ ଓ ପରିମଳ ନିଗମ , ୱାଟର ଫର ପିପୁଲ ଏବଂ ଆଇଆରସି ଆନ୍ତର୍ଜାତିକ ସ୍ତରୀୟ ସ୍ଵେଚ୍ଛାସେବୀ ସଂଗଠନର ଉଚ୍ଚ କର୍ତ୍ତୃପକ୍ଷ ଏହି ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ପରିଦର୍ଶନ ସହ ଜ୍ଞାନ ଆହରଣ [...]
ଭୁବନେଶ୍ବର –ରୁଆଣ୍ଡା ସରକାରଙ୍କ ଏକ ୮ ଜଣିଆ ପ୍ରତିନିଧି ଦଳ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ରୁଆଣ୍ଡା ସରକାରଙ୍କ ଭିତ୍ତିଭୂମି ବିକାଶ ମନ୍ତ୍ରାଳୟ ବିଭାଗ , ଜଳ ଓ ପରିମଳ ନିଗମ , ୱାଟର ଫର ପିପୁଲ ଏବଂ ଆଇଆରସି ଆନ୍ତର୍ଜାତିକ ସ୍ତରୀୟ ସ୍ଵେଚ୍ଛାସେବୀ ସଂଗଠନର ଉଚ୍ଚ କର୍ତ୍ତୃପକ୍ଷ ଏହି ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ପରିଦର୍ଶନ ସହ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ପ୍ରତିନିଧି ଦଳ ଓଡ଼ିଶା ଆସିଛନ୍ତି। ସେମାନେ ଆଜି ପ୍ରତିନିଧି ଦଳ ଓଡ଼ିଶା ରାଜ୍ୟ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି . ମାଥିଭାଥାନନଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏକ ବୈଠକରେ ଆଲୋଚନା କରିଥିଲେ ।
ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ପରିମଳ ସେବା ଯୋଗାଇବା କ୍ଷେତ୍ରରେ ଓଡିଶା ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସହାରାଞ୍ଚଳ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଓଡିଶା ସରକାରଙ୍କ ଚବିଶ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ବ୍ୟବସ୍ଥା ସାରା ବିଶ୍ବରେ ପ୍ରଶଂସିତ ହେବା ସହିତ ଏହା ଅନ୍ୟ ରାଜ୍ୟ ତଥା ଅନ୍ୟ ଦେଶ ପାଇଁ ଅନୁକରଣୀୟ ହୋଇଛି । ଓଡିଶା ଗସ୍ତରେ ଆସିଥିବା ରୁଆଣ୍ଡା ପ୍ରତିନିଧି ଦଳ ଓଡିଶାର ସହରାଞ୍ଚଳ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ପୂର୍ବକ ବିଭିନ୍ନ ବୈଠକରେ ଆଲୋଚନାରୁ ଶିକ୍ଷା ଲାଭ କରି ରୁଆଣ୍ଡା ସରକାର ଏବଂ ପ୍ରମୁଖ ସଂସ୍ଥାଗୁଡ଼ିକର ଭୂମିକାକୁ ଉନ୍ନତ କରିବାକୁ ଓଡିଶା ସରକାରଙ୍କ ସମ୍ଭାବ୍ୟ ସହାୟତା ସଂପର୍କରେ ଆଲୋଚନା କରିଥିଲେ ।
ସହରାଞ୍ଚଳରେ ନିରନ୍ତର ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାର ସମ୍ମୁଖୀନ ହେଉଥିବା ଆହ୍ଵାନ ଓ ସେସବୁକୁ ସମାଧାନ କରିବାରେ ରୁଆଣ୍ଡା ପ୍ରତିନିଧି ଦଳର ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ , ସମସ୍ତଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ‘ ପ୍ରତ୍ୟେକ ଜୀବନ ମୂଲ୍ୟବାନ’କୁ ଗୁରୁତ୍ବ ଦେଇଛନ୍ତି । ଗୋଷ୍ଠୀ ସହଭାଗିତାରେ ଗୁଣାତ୍ମକ ୨୪ ଘଣ୍ଟା ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାଯାଉଛି । ସହରାଞ୍ଚଳ ସମେତ ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଇବା କ୍ଷେତ୍ରରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଇଁ ଅର୍ଥ ପ୍ରତିବନ୍ଧକ ହୋଇ ରହିନାହିଁ ବରଂ ପ୍ରତି ଅର୍ଥର ମୁଲ୍ୟବୋଧକୁ ବୁଝିବା ସହ ଗୁଣାତ୍ମକ କାର୍ଯ୍ୟକୁ ସୁନିଶ୍ଚିତ କରାଯାଉଛି । ସମ୍ମିଳିତ ପ୍ରୟାସକୁ ପାଥେୟ କରି ଏ କ୍ଷେତ୍ରରେ ରହୁଥିବା ସମସ୍ତ ଆହ୍ୱାନର ମୁକାବିଲା କରାଯାଉଥିବା ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ରୁଆଣ୍ଡା ପ୍ରତିନିଧି ଦଳକୁ ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ , ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆମର ଦକ୍ଷ ଇଂଜିନିୟରମାନେ ଭିତ୍ତିଭୂମି ସୁବିଧା କରିବା ସହିତ ସ୍ଥାନୀୟ ବିଭିନ୍ନ ଗୋଷ୍ଠୀ , ସ୍ୱେଚ୍ଛାସେବୀ ଓ ମହିଳା ସ୍ୱେଚ୍ଛାସେବୀମାନଙ୍କୁ ସାମିଲ କରି ଜଳର ଉତ୍ତମ ସାମାଜିକ ବ୍ୟବହାରିକ ପରିବର୍ତ୍ତନ ସଂପର୍କରେ ସଚେତନତା ସୃଷ୍ଟି କରୁଛନ୍ତି । ଏହି ସମସ୍ତ ଗୋଷ୍ଠୀ ଓ ଅନୁଷ୍ଠାନମାନେ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛନ୍ତି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ସହଯୋଗୀ ଅନ୍ୟ ବିଭାଗମାନଙ୍କୁ ନେଇ ରାଜ୍ୟରେ ଏଭଳି ଇକୋସିଷ୍ଟମ ତିଆରି ହୋଇଛି । ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ମଧ୍ଯ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସହଜ ପରିଚାଳନା ହୋଇପାରୁଛି ।
ରାଜ୍ୟରେ ଜଳ ଯୋଗାଣ କ୍ଷେତ୍ରରେ ସଫଳତା ଅନ୍ୟ ରାଜ୍ୟମାନଙ୍କୁ ଏ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେଉଛି । ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଠାରୁ ଆରମ୍ଭ କରି ସହରାଞ୍ଚଳ ବିକାଶ ଓ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ସଂପନ୍ନ ଚିନ୍ତାଧାରା ଓ ଏହାକୁ କାର୍ଯ୍ୟକାରୀ କରିବାରେ ପ୍ରତିବଦ୍ଧତା ରାଜ୍ୟ ସରକାରଙ୍କୁ ସଫଳତା ଆଣି ଦେଇଛି ବୋଲି ସେ ପ୍ରକାଶ କରିଥିଲେ । ସବୁ ଘରକୁ ଗୁଣାତ୍ମକ ପାନୀୟ ଜଳଯୋଗାଣ ପାଇଁ ନିୟମିତ ତଦାରଖ , ପ୍ରଭାବୀ ଅଧ୍ୟୟନ ଓ ମୂଲ୍ୟାୟନକୁ ଗୁରୁତ୍ବ ଦିଆଯାଉଥିବା ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ । ଏହି ଅବସରରେ ପ୍ରତିନିଧିଦଳ ମଧ୍ୟ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ରୁଆଣ୍ଡା ପ୍ରତିନିଧି ଦଳ ସେମାନଙ୍କ ଗସ୍ତକାଳରେ ସତ୍ୟନଗର ଉନ୍ନତି ଭବନ ସ୍ଥିତ ଓଡିଶା କଳ ନିଗମ ( ଘାଟକୋ ) କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଓଡିଶା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ଭୁବନେଶ୍ବର ଓ ପୁରୀରେ ଚବିଶ ଘଣ୍ଟିଆ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପରିଦର୍ଶନ କରି ଏ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆଜି ସେମାନେ ସହରାଞ୍ଚଳ ସେବା ଯୋଗାଣ ଓ ବିକାଶ ପାଇଁ ଉଦ୍ଦିଷ୍ଟ ସ୍ଥାପିତ ଓଡିଶା ଅର୍ବାନ୍ ଏକାଡେମୀ ଗସ୍ତ କରିବା ସହିତ ବାସୁଆ ଘାଇ ସ୍ଥିତ ମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ବ୍ୟବସ୍ଥା ପରିଦର୍ଶନ କରିଥିଲେ ।
ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ, ହସ୍ପିଟାଲରେ ଭର୍ତ୍ତି
Next Articleଗ୍ରାମ୍ୟ ସାଧନ କର୍ମୀମାନଙ୍କ ଦୈନିକ ପାରିଶ୍ରମିକରେ ବୃଦ୍ଧି, ଉପକୃତ ହେବେ ୧୦ ହଜାର କର୍ମୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
