News Room Odisha
BREAKING
Odia

ଫେରାର ଥିବା ଜଳେଶ୍ବରର ପୂର୍ବତନ ଆଇଆଇସି ଧନେଶ୍ଵର ସାହୁ ତିନି ବର୍ଷ ପରେ ଗିରଫ

ଭୁବନେଶ୍ୱର – ତିନି ବର୍ଷ ହେବ ଫେରାର ଥିବା ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ଧନେଶ୍ଵର ସାହୁ ଧରାପଡ଼ିଛନ୍ତି। କଟକ ଜିଲ୍ଲା ନରସିଂହପୁର ବଡଭୂଇଁ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ଅଗଷ୍ଟରେ ଧନେଶ୍ଵର ସାହୁ ଜଳେଶ୍ବର ଆଇଆଇସି ଥିବା ବେଳେ ଜଣେ ଡ୍ରଗ ମାଫିଆଙ୍କ ସ‌ହ ଡିଲ୍ କରିଥିବା ଅଭିଯୋଗ ହୋଇଥିଲା। ଏକ ଡିଲ୍ ନେଇ ଧନେଶ୍ଵର ଓ ଜଣେ ଡ୍ରଗ ମାଫିଆଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପର ଅଡିଓ [...]

Admin•March 15, 2024
Share Article:

ଭୁବନେଶ୍ୱର – ତିନି ବର୍ଷ ହେବ ଫେରାର ଥିବା ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ଧନେଶ୍ଵର ସାହୁ ଧରାପଡ଼ିଛନ୍ତି। କଟକ ଜିଲ୍ଲା ନରସିଂହପୁର ବଡଭୂଇଁ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ଅଗଷ୍ଟରେ ଧନେଶ୍ଵର ସାହୁ ଜଳେଶ୍ବର ଆଇଆଇସି ଥିବା ବେଳେ ଜଣେ ଡ୍ରଗ ମାଫିଆଙ୍କ ସ‌ହ ଡିଲ୍ କରିଥିବା ଅଭିଯୋଗ ହୋଇଥିଲା। ଏକ ଡିଲ୍ ନେଇ ଧନେଶ୍ଵର ଓ ଜଣେ ଡ୍ରଗ ମାଫିଆଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପର ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା । ଅଡିଓ କ୍ଲିପରେ ଆଇଆଇସି ଧନେଶ୍ଵରଙ୍କ ସ୍ୱର ଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ନିଲମ୍ବିତ କରିଥିଲେ ତତ୍କାଳୀନ ଡିଜିପି ଅଭୟ । ଧନେଶ୍ଵର ଅସତ ଉପାୟରେ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏ ନେଇ ଧନେଶ୍ଵରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ପରେ ସେ ଫେରାର ହୋଇଯାଇଥିଲେ । ତିନି ବର୍ଷ ପରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

#Odia#Odisha#News
Share Article:

Related Articles