News Room Odisha
BREAKING
Odia

ଦୁର୍ଘଟଣାରେ କୁନି ଝିଅର ଜୀବନ ଚାଲିଗଲା: ବାପା ଭାଇ ଗୁରୁତର

ବ୍ରହ୍ମପୁର: ଜାତୀୟ ରାଜପଥ ପାର ହେଉଥିବା ବେଳେ ଦ୍ରୁତଗାମୀ କାର୍‌ ଧକ୍କାରେ ୫ ବର୍ଷୀୟ ଝିଅର ଜୀବନ ଚାଲିଯାଇଛି। ବାପା ଓ ଭାଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଦୁଃଖଦାୟକ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକ୍ ଗଣ୍ଡାପଲ୍ଲୀ ଗ୍ରାମ ନିକଟରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଘଟିଛି। ଦୁର୍ଘଟଣାରେ ପ୍ରାଣ ହରାଇଛି ସେହି ଗ୍ରାମର ଲିଙ୍ଗରାଜ ପାତ୍ରଙ୍କ କୁନି ଝିଅର ଉଷାରାଣୀ। ଆଉ ଏଥିରେ ଗୁରୁତର [...]

Admin•March 16, 2024
Share Article:

ବ୍ରହ୍ମପୁର: ଜାତୀୟ ରାଜପଥ ପାର ହେଉଥିବା ବେଳେ ଦ୍ରୁତଗାମୀ କାର୍‌ ଧକ୍କାରେ ୫ ବର୍ଷୀୟ ଝିଅର ଜୀବନ ଚାଲିଯାଇଛି। ବାପା ଓ ଭାଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଦୁଃଖଦାୟକ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକ୍ ଗଣ୍ଡାପଲ୍ଲୀ ଗ୍ରାମ ନିକଟରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଘଟିଛି। ଦୁର୍ଘଟଣାରେ ପ୍ରାଣ ହରାଇଛି ସେହି ଗ୍ରାମର ଲିଙ୍ଗରାଜ ପାତ୍ରଙ୍କ କୁନି ଝିଅର ଉଷାରାଣୀ। ଆଉ ଏଥିରେ ଗୁରୁତର ହୋଇଛନ୍ତି ଖୋଦ ଲିଙ୍ଗରାଜ ଓ ତାଙ୍କ ୮ ବର୍ଷର ପୁଅ ରାଜେନ୍ଦ୍ର।

ଗାଁ ମଝି ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଛି। ଗାଁର ଏକ ବିବାହ ଭୋଜିରେ ଯୋଗଦେବାକୁ ବାପା, ପୁଅ, ଝିଅ ରାଜପଥ ଆରପଟକୁ ଚାଲି ଚାଲି ଯାଉଥିଲେ। ହେଲେ ଭୁବନେଶ୍ବର ପଟୁ ଆସୁଥିବା ଏକ ଦ୍ରୁତଗାମୀ କାର୍‌ ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ତିନି ଜଣ ଯାକଙ୍କୁ ରମ୍ଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଝିଅ ଉଷାରାଣୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ବାପା ଓ ପୁଅ ଏବେ ବ୍ରହ୍ମପୁର ବଡ଼ ମେଡିକାଲରେ‌ ଚିକିତ୍ସାଧୀନ ଅଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗ୍ରାମରେ ଖୁସିର ମାହୋଲକୁ ଶୋକାକୁଳ କରି ଦେଇଛି।

#Odia#Odisha#News
Share Article:

Related Articles