News Room Odisha
BREAKING
Odia

ୟାସିନ ମଲିକଙ୍କ ଜେକେଏଲ୍ଏଫ୍ ଉପରେ କଟକଣା ଆଉ ୫ ବର୍ଷ ବଢ଼ାଇଲେ ସରକାର

ନୂଆଦିଲ୍ଲୀ: ଆତଙ୍କବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଜେଲରେ ଥିବା ୟାସିନ୍ ମଲିକଙ୍କ ଜମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେକେଏଲ୍ଏଫ୍) ଉପରେ କଟକଣାକୁ କେନ୍ଦ୍ର ସରକାର ଆଉ ୫ ବର୍ଷ ପାଇଁ ବଢ଼ାଇ ଦେଇଛନ୍ତିି । ଏଥିସହ ଜମ୍ମୁ-କାଶ୍ମୀରର ଆଉ ୪ଟି ଗ୍ରୁପକୁ ମଧ୍ୟ ବ୍ୟାନ୍ କରାଯାଇଛି । ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତି କଠୋର ଆଇନଗତ [...]

Admin•March 16, 2024
Share Article:

ନୂଆଦିଲ୍ଲୀ: ଆତଙ୍କବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଜେଲରେ ଥିବା ୟାସିନ୍ ମଲିକଙ୍କ ଜମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେକେଏଲ୍ଏଫ୍) ଉପରେ କଟକଣାକୁ କେନ୍ଦ୍ର ସରକାର ଆଉ ୫ ବର୍ଷ ପାଇଁ ବଢ଼ାଇ ଦେଇଛନ୍ତିି । ଏଥିସହ ଜମ୍ମୁ-କାଶ୍ମୀରର ଆଉ ୪ଟି ଗ୍ରୁପକୁ ମଧ୍ୟ ବ୍ୟାନ୍ କରାଯାଇଛି ।

ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତି କଠୋର ଆଇନଗତ ପରିଣାମ ଭୋଗିବେ।

ଏକ ପୃଥକ ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଜେକେ ପିପୁଲ୍ସ ଲିଗର ଚାରିଟି ଗ୍ରୁପ୍ – ଜେକେପିଏଲ୍ (ମୁଖାର୍ ଅହମ୍ମଦ ୱାଜା), ଜେକେପିଏଲ୍(ବଶୀର ଅହମ୍ମଦ ତୋତା), ଜେକେପିଏଲ୍(ଗୁଲାମ୍ ମହମ୍ମଦ ଖାନ୍) ଓ ୟାକୁବ ଶେଖ୍ ନେତୃତ୍ଵାଧୀନ ଜେକେପିଏଲ୍ (ଅଜିଜ) ଉପରେ ମଧ୍ୟ କଟକଣା ଲଗାଇଛି ।

ଶାହ ‘ଏକ୍ସ’ରେ ଲେଖିଛନ୍ତି, ‘ମୋଦି ସରକାର ଆଗାମୀ ୫ ବର୍ଷ ପାଇଁ’ ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ ‘(ମହମ୍ମଦ ୟାସିନ ମଲିକ ଗୋଷ୍ଠୀ)କୁ ‘ଏକ ବେଆଇନ ସଂଗଠନ’ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ୫ ବର୍ଷ ଧରି ନିଷିଦ୍ଧ ହୋଇଥିବା ଜମ୍ମୁ କାଶ୍ମୀର ପିପୁଲ୍ସ ଫ୍ରିଡମ୍ ଲିଗ୍ ଆତଙ୍କବାଦ ଜରିଆରେ ଜମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ତଥା ସହାୟତା ଦେଇ ଭାରତର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି। ସେ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି, ‘ମୋଦି ସରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଲୋକ ଓ ସଂଗଠନକୁ ଛାଡ଼ିବ ନାହିଁ।’

#Odia#Odisha#News
Share Article:

Related Articles