ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ, ଜୁନ ୪ରେ ଫଳାଫଳ
ନୂଆଦିଲ୍ଲୀ: ବାଜିଲା ବିଗୁଲ୍। ଅପେକ୍ଷାର ଅନ୍ତ ଘଟାଇ ଲୋକସଭା ଏବଂ ଓଡ଼ିଶା ସହ ଚାରି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତିି ନିର୍ବାଚନ କମିଶନ। ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଜୁନ ୪ରେ ଫଳାଫଳ ଘୋଷଣା କରାଯିବ । ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ, ତୃତୀୟ ମେ ୭, ଚତୁର୍ଥ ମେ [...]
ନୂଆଦିଲ୍ଲୀ: ବାଜିଲା ବିଗୁଲ୍। ଅପେକ୍ଷାର ଅନ୍ତ ଘଟାଇ ଲୋକସଭା ଏବଂ ଓଡ଼ିଶା ସହ ଚାରି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତିି ନିର୍ବାଚନ କମିଶନ। ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଜୁନ ୪ରେ ଫଳାଫଳ ଘୋଷଣା କରାଯିବ ।
ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ, ତୃତୀୟ ମେ ୭, ଚତୁର୍ଥ ମେ ୧୩, ପଞ୍ଚମ ମେ ୨୦, ଷଷ୍ଠ ପର୍ଯ୍ୟାୟ ମେ ୨୫ ଏବଂ ଜୁନ୍ ୧ରେ ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।
ଏଥିସହ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ଓଡ଼ିଶାର ୨୧ ଲୋକସଭା ଆସନ ସହ ୧୪୭ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ମତଦାନ ୪ଟି ପର୍ଯ୍ୟାୟରେ ଯଥାକ୍ରମେ ମେ ୧୩, ୨୦, ୨୫ ଓ ଜୁନ ୧ରେ ଅନୁଷ୍ଠିତ ହେବ । ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ ।
ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଏପ୍ରିଲ ୧୯ରେ ହେବ । ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ମେ ୧୩ରେ ଅନୁଷ୍ଠିତ ହେବ । ଏହାଛଡ଼ା ଲୋକସଭା ନିର୍ବାଚନ ସଙ୍ଗରେ ବିଭିନ୍ନ ରାଜ୍ୟର ୨୨ଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।
ଆଗାମୀ ଲୋକସଭା ନିର୍ବାଚନରେ ୯୭ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ ବୋଲି ଆକଳନ କରାଯାଇଛି। ପ୍ରାୟ ୧୦.୫ ଲକ୍ଷ ମତଦାନ ସ୍ଥାପନ କରାଯିବ ଓ ନିର୍ବାଚନ ପରିଚାଳନା ପାଇଁ ୧.୫ କୋଟି କର୍ମୀଙ୍କୁ ନିୟୋଜିତ କରାଯିବ । ନିର୍ବାଚନରେ ୫୫ ଲକ୍ଷ ଇଭିଏମ୍ ମେସିନ୍ ବ୍ୟବହାର କରାଯିବ। ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୭ କୋଟିକୁ ବୃଦ୍ଧି ପାଇଛି।
୨୦୨୪ ନିର୍ବାଚନରେ ପ୍ରାୟ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ମତଦାନ କରିବେ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ୮୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ଘରେ ଭୋଟ ଦେବା ବ୍ୟବସ୍ଥା କରାଯିବ ।
ନିର୍ବାଚନରେ ବାହୁବଳ, ଅର୍ଥବଳର ବ୍ୟବହାର ଓ ବିଭ୍ରାନ୍ତିକର ସୂଚନା ପ୍ରସାରରୁ ନିବୃତ୍ତ ରହିବାକୁ ରାଜନୈତିକ ଦଳଙ୍କୁ ଚେତାବନୀ ଦେଇଛନ୍ତି କମିଶନ । ଏହାଛଡ଼ା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ କହିଛନ୍ତି।
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ : ମେ’ ୧୩ରେ ପ୍ରଥମ ଓ ଜୁନ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ
Next ArticleOdisha Assembly Elections to Be Held in Four Phases from May 13
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
