ଭ୍ଲାଦିମିର୍ ପୁଟିନ୍ ପଞ୍ଚମ ଥର ରୁଷ ରାଷ୍ଟ୍ରପତି ନିର୍ବାଚିତ
ମସ୍କୋ: ରୁଷ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବିଜୟୀ ହୋଇଛନ୍ତି ଭ୍ଲାଦିମିର ପୁଟିନ । ସେ ଲଗାତାର ପଞ୍ଚମ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଏହି ନିର୍ବାଚନର ତାଙ୍କ ପ୍ରତିଦ୍ବନ୍ଦୀ କିଏ ଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାର୍ଚ୍ଚ ୧୫ ରୁ ୧୭ ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିଲା | ଏଥିରେ ପୁଟିନ ରେକର୍ଡ ୮୮ ପ୍ରତିଶତ ଭୋଟ୍ ପାଇଥିବା ଦାବି ହୋଇଛି। ପୋଲଷ୍ଟର [...]
ମସ୍କୋ: ରୁଷ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବିଜୟୀ ହୋଇଛନ୍ତି ଭ୍ଲାଦିମିର ପୁଟିନ । ସେ ଲଗାତାର ପଞ୍ଚମ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଏହି ନିର୍ବାଚନର ତାଙ୍କ ପ୍ରତିଦ୍ବନ୍ଦୀ କିଏ ଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାର୍ଚ୍ଚ ୧୫ ରୁ ୧୭ ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିଲା | ଏଥିରେ ପୁଟିନ ରେକର୍ଡ ୮୮ ପ୍ରତିଶତ ଭୋଟ୍ ପାଇଥିବା ଦାବି ହୋଇଛି।
ପୋଲଷ୍ଟର ପବ୍ଲିକ୍ ଓପନିଅନ୍ ଫାଉଣ୍ଡେସନ୍ (ଏଫ୍ଓଏଏମ୍) ନାମକ ଏକ ସଂସ୍ଥାର ଏକଜିଟ୍ ପୋଲ୍ ଅନୁଯାୟୀ ପୁଟିନ୍ ୮୭.୮% ଭୋଟ୍ ହାସଲ କରିଛନ୍ତି। ସୋଭିଏତ୍ ପରବର୍ତ୍ତୀ ରୁଷ ଇତିହାସରେ କୌଣସି ରାଷ୍ଟ୍ରପତି ନିର୍ବାଚନରେ ଏହା ସବୁଠୁ ବଡ଼ ବିଜୟ ବ୍ୟବଧାନ ବୋଲି କୁହାଯାଇଛି । ତେବେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଭଳି କିଛି ରାଷ୍ଟ୍ରର ରୁଷ ରାଷ୍ଟ୍ରପତି ନିର୍ବାଚନର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି।
ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇ ଭ୍ଲାଦିମିର ପୁଟିନ ରୁଷର ୨୦୦ ବର୍ଷ ଇତିହାସରେ ଦୀର୍ଘଦିନ ଧରି ଶାସନ କରିଥିବା ନେତା ହୋଇଛନ୍ତି । ପୁଟିନ ପ୍ରଥମେ ୧୯୯୯ରେ ପୁଟିନ କ୍ଷମତାକୁ ଆସିଥିଲେ। ସେ ୧୯୯୯ ଏବଂ ୨୦୦୮-୨୦୧୨ ଯାଏ ରୁଷର ପ୍ରଧାନମନ୍ତ୍ରୀ ଥିଲେ।
ଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ, ସମନକୁ ବେଆଇନ କହିଲା ଆପ୍
Next Articleନିର୍ବାଚନ ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
