News Room Odisha
BREAKING
Odia

ଆଗାମୀ ନିର୍ବାଚନରେ ରାଜ୍ୟରେ ସୁରକ୍ଷା ବାହିନୀ ମୁତୟନ ନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା

ଭୁବନେଶ୍ବର – ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ- ( ସିଏପିଏଫ୍ ) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ ( ଏସ୍ଏପିଏଫ୍ ) ମୁତୟନ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବପ୍ରଦୀପ କୁମାର ଜେନା , ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ , ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ [...]

Admin•March 18, 2024
Share Article:

ଭୁବନେଶ୍ବର – ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ- ( ସିଏପିଏଫ୍ ) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ ( ଏସ୍ଏପିଏଫ୍ ) ମୁତୟନ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବପ୍ରଦୀପ କୁମାର ଜେନା , ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ , ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ , ଅତିରିକ୍ତ ନିର୍ବାଚନ ଅଧିକାରୀ ଡଃ . ଏନ୍.ଥିରୁମାଲା ନାଏକ , ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପୋଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସବୁ ଜିଲ୍ଲାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିପରି ପୋଲିସ ମୁତୟନ କରାଯିବ, ସେ ସଂପର୍କରେ ବୈଠକରେ ବିଶଦ ଆଲୋଚନା ହୋଇଛି । ଇଭିଏମ୍ କମିଶନିଂ ଠାରୁ ଆରମ୍ଭ କରି ଷ୍ଟ୍ରଙ୍ଗ୍ ରୁମରେ କଡା ସୁରକ୍ଷା ବ୍ୟବସ୍ଥା ଏବଂ ମତଦାନ ଯେପରି ଶାନ୍ତି ଶୃଙ୍ଖଳାର ସହ ହେବ , ସେଥ‌ିପାଇଁ ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ଗ୍ରହଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

#Odia#Odisha#News
Share Article:

Related Articles