News Room Odisha
BREAKING
Odia

ଆଜିଠୁ କାଳବୈଶାଖୀ ପ୍ରଭାବ ବୃଦ୍ଧି ସମ୍ଭାବନା, ୧୪ଟି ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର – ଆଜିଠାରୁ ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ପ୍ରଭାବ ବୃଦ୍ଧି ପାଇବା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ କିଛି ଜିଲ୍ଲାରେ ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୫୫ କିମି ରହିପାରେ। ଏଥିସହ ଝଡ଼ବର୍ଷା, କୁଆପଥର ବର୍ଷା ମଧ୍ୟ ହୋଇପାରେ। କେତେକ ସ୍ଥାନରେ ୭ରୁ ୧୧ ସେମି ବର୍ଷା ହେବା ସମ୍ଭାବନା ରହିଛି। କାଳବୈଶାଖୀ ପାଇଁ ୧୪ଟି ଜିଲ୍ଲା -ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼, ଗଞ୍ଜାମ, [...]

Admin•March 19, 2024
Share Article:

ଭୁବନେଶ୍ୱର – ଆଜିଠାରୁ ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ପ୍ରଭାବ ବୃଦ୍ଧି ପାଇବା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ କିଛି ଜିଲ୍ଲାରେ ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୫୫ କିମି ରହିପାରେ। ଏଥିସହ ଝଡ଼ବର୍ଷା, କୁଆପଥର ବର୍ଷା ମଧ୍ୟ ହୋଇପାରେ। କେତେକ ସ୍ଥାନରେ ୭ରୁ ୧୧ ସେମି ବର୍ଷା ହେବା ସମ୍ଭାବନା ରହିଛି।

କାଳବୈଶାଖୀ ପାଇଁ ୧୪ଟି ଜିଲ୍ଲା -ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଆସନ୍ତାକାଲି ଦକ୍ଷିଣ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୨୧ ତାରିଖ ବେଳକୁ ବର୍ଷା ପରିମାଣ କମିବ ଏବଂ ୨୨ ତାରିଖ ବେଳକୁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଗାମୀ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।

#Odia#Odisha#News
Share Article:

Related Articles