ସରଫରାଜ, ଜୁରେଲଙ୍କୁ ମିଳିଲା ବିସିସିଆଇ କେନ୍ଦ୍ରୀୟ ଚୁକ୍ତି
ନୂଆଦିଲ୍ଲୀ: ଭାରତର ନୂଆ ବ୍ୟାଟିଂ ଷ୍ଟାର ସରଫରାଜ ଖାନ ଏବଂ ୱିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି । ଉଭୟ ଖେଳାଳି ଗ୍ରୁପ୍ ସି’ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପରେ ସାମିଲ ଖେଳାଳି ବାର୍ଷିକ ୧ କୋଟି ଟଙ୍କା ପାଉଣା ପାଇଥାନ୍ତି। ଜୁରେଲ ଓ ସରଫରାଜ ଚଳିତ ସିଜନରେ ତିନୋଟି ଟେଷ୍ଟ ଖେଳିବା ମାନଦଣ୍ଡ ପୂରଣ କରିଛନ୍ତିି । ତେଣୁ ଉଭୟ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିବାକୁ ସୋମବାର ଅନୁଷ୍ଠିତ [...]
ନୂଆଦିଲ୍ଲୀ: ଭାରତର ନୂଆ ବ୍ୟାଟିଂ ଷ୍ଟାର ସରଫରାଜ ଖାନ ଏବଂ ୱିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରାଯାଇଛି । ଉଭୟ ଖେଳାଳି ଗ୍ରୁପ୍ ସି’ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପରେ ସାମିଲ ଖେଳାଳି ବାର୍ଷିକ ୧ କୋଟି ଟଙ୍କା ପାଉଣା ପାଇଥାନ୍ତି।
ଜୁରେଲ ଓ ସରଫରାଜ ଚଳିତ ସିଜନରେ ତିନୋଟି ଟେଷ୍ଟ ଖେଳିବା ମାନଦଣ୍ଡ ପୂରଣ କରିଛନ୍ତିି । ତେଣୁ ଉଭୟ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିବାକୁ ସୋମବାର ଅନୁଷ୍ଠିତ ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ମଞ୍ଜୁରି ମିଳିଥିଲା ।
ଏହାଛଡ଼ା ବିସିସିଆଇ ପରବର୍ତ୍ତୀ ରଣଜୀ ଟ୍ରଫି କ୍ୟାଲେଣ୍ଡରରେ କିଛି ପରିବର୍ତ୍ତନ କରିବା ସମ୍ଭାବନା ରହିଛି। ଡିସେମ୍ବର ଏବଂ ଜାନୁୟାରୀ ମାସରେ ବିସିସିଆଇ ଉତ୍ତର ଭାରତରେ କୌଣସି ମ୍ୟାଚ୍ ଆୟୋଜନ କରିବ ନାହିଁ । କାରଣ ଉତ୍ତର ଭାରତରେ କୁହୁଡ଼ି ଓ ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି ।
ସମ୍ପୂର୍ଣ୍ଣ ଘରୋଇ କ୍ୟାଲେଣ୍ଡର ପରବର୍ତ୍ତୀ ସମୟରେ ଘୋଷଣା କରାଯିବ । ତେବେ ବିସିସିଆଇ ଆପେକ୍ସ କାଉନସିଲ୍ ୨୦୨୪-୨୫ ପାଇଁ ଅସ୍ଥାୟୀ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିଥିଲା ଯାହା ବୈଠକ ଏଜେଣ୍ଡାର ଏକ ପ୍ରମୁଖ ଅଂଶ ଥିଲା ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ ଘରୋଇ କ୍ରିକେଟ୍ କ୍ୟାଲେଣ୍ଡର ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । କିନ୍ତୁ ପୂର୍ବ ବର୍ଷ ପରି ସୟଦ ମୁସ୍ତାକ ଅଲି ଟ୍ରଫି ପରେ ଅକ୍ଟୋବର ମଝି କିମ୍ବା ଶେଷ ଆଡ଼କୁ ରଣଜୀ ଟ୍ରଫି ଆରମ୍ଭ ହୋଇପାରେ।
ଦିଲ୍ଲୀ ପୁଣି ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ନଗରୀ
Next ArticleTwo Forest Guards Injured In Firing By Poachers In Nilagiri
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
