News Room Odisha
BREAKING
Odia

ମୋହନା: ପୋଲରୁ ୩୦ ଫୁଟ ତଳକୁ ଖସିଲା ବାଇକ୍, ୨ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ବିଦ୍ୟୁତ୍ ସବଷ୍ଟେସନ୍ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପୋଲରୁ ପ୍ରାୟ ୩୦ ଫୁଟ ତଳକୁ ମୋଟର ସାଇକେଲ ଖସି ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ମଣ୍ଟୁ ପାଳ (୨୨) ଓ ଟୁକୁନା ସିଂ(୩୨)ଙ୍କ ମୃତ୍ୟୁ ଘଟିଛି। ଦୁହେଁ ଗୋଟିଏ ମୋଟର ସାଇକେଲରେ ନିକଟସ୍ଥ ଡୁମ୍ବା ଗାଁ ଆଡକୁ ଯାଉଥିଲେ l ଏହି ସମୟରେ ବିଦ୍ୟୁତ୍ ସବଷ୍ଟେସନ୍ ନିକଟରେ [...]

Admin•March 19, 2024
Share Article:

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ବିଦ୍ୟୁତ୍ ସବଷ୍ଟେସନ୍ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପୋଲରୁ ପ୍ରାୟ ୩୦ ଫୁଟ ତଳକୁ ମୋଟର ସାଇକେଲ ଖସି ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ମଣ୍ଟୁ ପାଳ (୨୨) ଓ ଟୁକୁନା ସିଂ(୩୨)ଙ୍କ ମୃତ୍ୟୁ ଘଟିଛି। ଦୁହେଁ ଗୋଟିଏ ମୋଟର ସାଇକେଲରେ ନିକଟସ୍ଥ ଡୁମ୍ବା ଗାଁ ଆଡକୁ ଯାଉଥିଲେ l ଏହି ସମୟରେ ବିଦ୍ୟୁତ୍ ସବଷ୍ଟେସନ୍ ନିକଟରେ ଥିବା ପୋଲର ଗାର୍ଡ ୱାଲ୍ ସହ ପିଟି ହୋଇ ଭାରସାମ୍ୟ ହରାଇ ପ୍ରାୟ ୩୦ ଫୁଟ ତଳକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ମଣ୍ଟୁ ଓ ଟୁକୁନାଙ୍କୁ ମୃତ ଘୋଷଣା କରିଛନ୍ତି। ଆର୍. ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି। ଦୁଇ ଜଣଙ୍କ ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଯିବା ବ୍ୟବସ୍ଥା କରୁଛି ପୋଲିସ।

#Odia#Odisha#News
Share Article:

Related Articles