News Room Odisha
BREAKING
Odia

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଫଗୁ ଦଶମୀ ନୀତି ସମ୍ପନ୍ନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ ନୀତି ସହ ଦୋଳପୂର୍ଣ୍ଣମୀ ଯାତ୍ରାର ଆରମ୍ଭ ହୋଇଛି। ଏଥିପାଇଁ ଗତକାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତୀକାନ୍ତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ କରାଯାଇଥିଲା। ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ତାଙ୍କ ପ୍ରତିନିଧି ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ। ସେଠାରେ ଅଞ୍ଜଳୀ, ପ୍ରସାଦଲାଗି, ବନ୍ଦାପନା, ଚାମର ପନ୍ତି ଭୋଗ ଅର୍ପଣ [...]

Admin•March 20, 2024
Share Article:

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ ନୀତି ସହ ଦୋଳପୂର୍ଣ୍ଣମୀ ଯାତ୍ରାର ଆରମ୍ଭ ହୋଇଛି। ଏଥିପାଇଁ ଗତକାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତୀକାନ୍ତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ କରାଯାଇଥିଲା। ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ତାଙ୍କ ପ୍ରତିନିଧି ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ। ସେଠାରେ ଅଞ୍ଜଳୀ, ପ୍ରସାଦଲାଗି, ବନ୍ଦାପନା, ଚାମର ପନ୍ତି ଭୋଗ ଅର୍ପଣ କରାଯାଇଥିଲା।

ଫାଲ୍ଗୁନ ଶୁକ୍ଳ ଦଶମୀ ଅର୍ଥାତ୍ ଆଜିଠାରୁ ତ୍ରୟୋଦଶୀ ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଚେରୀ ବେଶ ଓ ଭୋଗ ସହ ଫଲଗୁ ଅଞ୍ଜଳୀ ପ୍ରଦାନ ଓ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା ବିଧି ଅନୁଷ୍ଠିତ ହେବ। ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଦୋଳପୂର୍ଣ୍ଣିମା ଯାତ୍ରାକୁ ନିଳାଦ୍ରୀ ମହୋଦୟରେ ବସନ୍ତ ଗୁଣ୍ତିଚାର ଆଖ୍ୟା ଦିଆଯାଇଛି। ଚାଚେରୀ ଶଦ୍ଦର ଅର୍ଥ ହେଉଛି ଉତ୍ସବ, ଗୀତବାଦ୍ୟ ଓ ହସୋଲ୍ଲାସର ଉତ୍ସବ। ମହାପ୍ରଭୁଙ୍କର ଏହି ଚାଚେରୀ ବେଶ ଦର୍ଶନ କଲେ ଅପାର ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

#Odia#Odisha#News
Share Article:

Related Articles