News Room Odisha
BREAKING
Odia

ପଖାଳ ଓଡ଼ିଶାର ଖାଦ୍ୟ ବିବିଧତାର ଅନନ୍ୟ ପରିଚୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ହେଉଛି ପଖାଳ ଦିବସ । ପ୍ରତି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’ ପାଇଁ ଆଜିର ଦିବସ । ପଖାଳ ଦିବସର ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଖାଦ୍ଯ ସମ୍ଭାର ମଧ୍ୟରେ ‘ପଖାଳ’ର ସ୍ଥାନ ସର୍ବଦା ସ୍ଵତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନନ୍ୟ ପରିଚୟ। ପାରମ୍ପରିକ ଖାଦ୍ଯ ଭାବେ ପ୍ରତି ଓଡ଼ିଆଙ୍କ ଭଳି ପଖାଳ [...]

Admin•March 20, 2024
Share Article:

ଭୁବନେଶ୍ୱର – ଆଜି ହେଉଛି ପଖାଳ ଦିବସ । ପ୍ରତି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’ ପାଇଁ ଆଜିର ଦିବସ । ପଖାଳ ଦିବସର ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଖାଦ୍ଯ ସମ୍ଭାର ମଧ୍ୟରେ ‘ପଖାଳ’ର ସ୍ଥାନ ସର୍ବଦା ସ୍ଵତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନନ୍ୟ ପରିଚୟ। ପାରମ୍ପରିକ ଖାଦ୍ଯ ଭାବେ ପ୍ରତି ଓଡ଼ିଆଙ୍କ ଭଳି ପଖାଳ ମଧ୍ୟ ତାଙ୍କର ଅତି ପ୍ରିୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମସ୍ତଙ୍କୁ ‘ପଖାଳ ଦିବସ’ରେ ଶୁଭେଚ୍ଛା ଜଣାଇଛନ୍ତି।

#Odia#Odisha#News
Share Article:

Related Articles