News Room Odisha
BREAKING
Odia

ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଏକ ଉନ୍ନୟନମୂଳକ କାମର ବିଲ୍ ପାସ୍ କରାଇଦେବା ପାଇଁ ସଂପୃକ୍ତ ଠିକାଦାରଙ୍କଠାରୁ କନିଷ୍ଠ ଯନ୍ତ୍ରୀ ଜଣକ ୫୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଠିକାଦାର । ଏହାପରେ କନିଷ୍ଠ ଯନ୍ତ୍ରୀ ଙ୍କୁ ଧରିବା ପାଇଁ ଯୋଜନା [...]

Admin•March 20, 2024
Share Article:

ଭୁବନେଶ୍ୱର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ କନିଷ୍ଠ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଏକ ଉନ୍ନୟନମୂଳକ କାମର ବିଲ୍ ପାସ୍ କରାଇଦେବା ପାଇଁ ସଂପୃକ୍ତ ଠିକାଦାରଙ୍କଠାରୁ କନିଷ୍ଠ ଯନ୍ତ୍ରୀ ଜଣକ ୫୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଠିକାଦାର । ଏହାପରେ କନିଷ୍ଠ ଯନ୍ତ୍ରୀ ଙ୍କୁ ଧରିବା ପାଇଁ ଯୋଜନା କରିଥିଲା ଭିଜିଲାନ୍ସ ଟିମ୍। ନିଜ ଅଫିସରେ ଲାଞ୍ଚ ନେବାବେଳେ କନିଷ୍ଠ ଯନ୍ତ୍ରୀ ସଙ୍ଗୀତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ। ଏହାପରେ ସଙ୍ଗୀତାଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ ହୋଇଛି। ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ।

#Odia#Odisha#News
Share Article:

Related Articles