ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ସମ୍ପର୍ଣ୍ଣ ହୋଇଛି ଶ୍ରୀଜୀଉଙ୍କ ବେଣ୍ଟନୀତି
ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ପରମ୍ପରା ଅନୁଯାୟୀ ପାଳିତ ହୋଇଛି ଶ୍ରୀଜୀଉଙ୍କ ବେଣ୍ଟନୀତି । ଶ୍ରୀମନ୍ଦିର ରେ ଦ୍ୱୀପହର ଧୂପ ବଢିବା ପରେ ଦକ୍ଷିଣ ଘରୁ ଶ୍ରୀଦୋଳଗୋବିନ୍ଦ ରତ୍ନ ସିଂହାସନ କୁ ବିଜେ କରିଥିଲେ। ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଙ୍କ ସହ ମଣି ବିମାନରେ ଆରୁଢ଼ ହୋଇଥିଲେ। ଏହାପରେ ଶ୍ରୀଦୋଳଗୋବିନ୍ଦ ବେଣ୍ଟ ନୀତି ସମ୍ପାଦନ ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ। ଘଣ୍ଟ ଛତା ଓ କୀର୍ତ୍ତନ ସହିତ ପବିତ୍ର ବଡ଼ଦାଣ୍ଡ [...]
ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ପରମ୍ପରା ଅନୁଯାୟୀ ପାଳିତ ହୋଇଛି ଶ୍ରୀଜୀଉଙ୍କ ବେଣ୍ଟନୀତି । ଶ୍ରୀମନ୍ଦିର ରେ ଦ୍ୱୀପହର ଧୂପ ବଢିବା ପରେ ଦକ୍ଷିଣ ଘରୁ ଶ୍ରୀଦୋଳଗୋବିନ୍ଦ ରତ୍ନ ସିଂହାସନ କୁ ବିଜେ କରିଥିଲେ। ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଙ୍କ ସହ ମଣି ବିମାନରେ ଆରୁଢ଼ ହୋଇଥିଲେ।
ଏହାପରେ ଶ୍ରୀଦୋଳଗୋବିନ୍ଦ ବେଣ୍ଟ ନୀତି ସମ୍ପାଦନ ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ। ଘଣ୍ଟ ଛତା ଓ କୀର୍ତ୍ତନ ସହିତ ପବିତ୍ର ବଡ଼ଦାଣ୍ଡ ଦେଇ ଚଳନ୍ତି ବିଗ୍ରହ ନରେନ୍ଦ୍ର ଚକଡାରେ ବିଜେ କରିଥିଲେ। ପଞ୍ଚପଚାର ପୁଜା ସହିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପ୍ରଦତ୍ତ ପନ୍ତିଭୋଗ ବଢିବା ପରେ ମୁଦିରସ୍ତ ଶ୍ରୀଦୋଳଗୋବିନ୍ଦ ଙ୍କୁ ନୂତନ ଧନୁ ଓ ତୀର ଲାଗି କରିଥିଲେ।
ପୂର୍ବରୁ ନରେନ୍ଦ୍ର ପୁଷ୍କରିଣୀ କୂଳରେ ପାଇକ ସେବକ ସାତୋଟି ନାଶୀଲଗା ପଇଡ଼ କ୍ରମନ୍ଵୟରେ ବାଲି ଚକଡ଼ା କରି ରଖିଥିଲେ। ପ୍ରଭୁଙ୍କୁ ଲାଗି ହୋଇଥିବା ନୂତନ ଧନୁ ଓ ତୀରରେ ପାଇକ ସେବକ ଉକ୍ତ ପଇଡ଼ ଗୁଡିକୁ ପ୍ରତୀକାତ୍ମକ ଭାବରେ ତୀର ବିଦ୍ଧ କରିଥିଲେ। ଏହାପରେ ମୁଦିରସ୍ତ ସେବକ ପଭୁଙ୍କୁ କର୍ପୂର ଆଳତି ଓ ବନ୍ଦାପନା କରିବା ପରେ ଶ୍ରୀଜୀଉମାନେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥିଲେ।
ଏହିସମୟରେ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଧୂମଧାମରେ ବାଣ ଫୁଟାଯାଇ ପ୍ରଭୁଂକୁ ସ୍ୱାଗତ କରାଯାଇଥିଲା।
ବାସ୍ତବରେ ଏହି ବେଣ୍ଟ ନୀତି ହେଉଛି ଏକ ରାଜକୀୟ ବା ରାଜନୀତି। ଶ୍ରୀଜଗନ୍ନାଥ ମହାପ୍ରଭୁ ସମସ୍ତ ରାଜା ମାନଙ୍କ ରାଜା ହୋଇଥିବାରୁ ରାଜଧର୍ମ ଭାବରେ ମୃଗୟା କରିବାକୁ ଆସିଥାନ୍ତି। ଅନ୍ୟ ବେଣ୍ଟ ନୀତିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୋଖରୀକୁ ବିଜେ କରୁଥିବା ବେଳେ ବର୍ଷରେ ଏହି ଗୋଟିଏ ଦିନ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଙ୍କ ସହ ନରେନ୍ଦ୍ର ପୁଷ୍କରିଣୀ କୁ ବିଜେ କରିଥାନ୍ତି।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
